mobile header

ଭୁବନେଶ୍ୱରରେ ଗଞ୍ଜାମ ଢାଞ୍ଚାରେ ରାତି ସଫେଇ : ଘରକୁ ଘର ବୁଲି ଅଳିଆ ସଂଗ୍ରହ କରିବେ ସଫେଇ କର୍ମୀ; ବ୍ୟବସ୍ଥାକୁ ଜୋରଦାର ବିରୋଧ

ଗଞ୍ଜାମ ବହ୍ମପୁର ସହର ଢାଞ୍ଚାରେ ଭୁବନେଶ୍ୱରରେ ହେବ ନାଇଟ୍ ସ୍ୱପିଂ ବା ରାତ୍ରି ସଫେଇ । ଘରକୁ ଘର ବୁଲି ଅଳିଆ ସଂଗ୍ରହ କରିବେ ସଫେଇ କର୍ମୀ । ସଂଧ୍ୟା ୭ଟାରୁ ରାତି ୧ଟା ଯାଏ ସହରର ଗଳି କନ୍ଦିରୁ ନେଇ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ସଫେଇ ଚାଲିବ । ଏହି ଢାଞ୍ଚାକୁ ଭୁବନେଶ୍ୱରରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି । ହେଲେ ଆରମ୍ଭରୁ ଏହି ନୂଆ ବ୍ୟବସ୍ଥାକୁ ଜୋରଦାର ବିରୋଧ କରିଛନ୍ତି ସଫେଇ କର୍ମୀ ।

ରାତିରେ ମହିଳା ସଫେଇ କର୍ମୀଙ୍କ ପ୍ରତି ବିପଦ ଥିବା ଆଶଙ୍କା କରିଛନ୍ତି । ୪୦ ନମ୍ବର ୱାଡରୁ ପରୀକ୍ଷାମୂଳକ ଭାବେ ରାତି ସଫେଇ ବ୍ୟବସ୍ଥା ଟ୍ରାଏଲ ରନ୍ ହୋଇଛି । ୟୁନିଟ୍-୧ ହାଟରୁ ଏହାକୁ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରାଯାଇଛି । ଏହି ରାତି ସଫେଇ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ସକାଳ ହେବା ପୂର୍ବରୁ ସହରକୁ ଚକାଚକ କରାଯିବ । ରାଜଧାନୀବାସୀ ମର୍ଣ୍ଣିଂ ୱାକ୍ କରିବା ଆଗରୁ ସହରରେ ସଫେଇ ସରିଥିବ । ସଫେଇକର୍ମୀମାନେ ଯେମିତି ସକାଳେ ଘର ଘର ବୁଲି ଅଳିଆ ସଂଗ୍ରହ କରୁଛନ୍ତି ସେମିତି ରାତିରେ କରିବେ । ହେଲେ ଏହି ନୂଆ ବ୍ୟବସ୍ଥାକୁ ନେଇ ମହିଳା ସଫେଇ କର୍ମୀ ବିପଦ ଆଶଙ୍କା କରିଛନ୍ତି ।

ସେମାନଙ୍କ ଅଭିଯୋଗ ଦିନରେ ଲୋକଙ୍କ ଠାରୁ ଲୁଟ ହେଉଛି । ରାତିରେ ସହରର ଗଳିକନ୍ଦି ବୁଲି ସଫା କରିବା ସମୟରେ ସେମାନଙ୍କୁ ସୁରକ୍ଷା ଦେବ କିଏ । ୧ଟା ରାତିରେ ସୁରକ୍ଷିତ କେମିତି ଘରକୁ ଫେରିବୁ ବୋଲି ପ୍ରଶ୍ନ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ସଫେଇ ମଜଦୁର ସଂଘର ସଭାପତି ସହଦେବ ନାୟକ କହିଛନ୍ତି, ଆମ ସହ ଆଦୌ ଆଲୋଚନା ନକରି ଏଭଳି ବ୍ୟବସ୍ଥା କରାଯାଉଛି । ଅନେକ ସମୟ କର୍ମଚାରୀ ଦୂର ସ୍ଥାନରୁ ଭୁବନେଶ୍ୱର ଆସୁଛନ୍ତି । ସମସ୍ତେ ଅସୁବିଧାରେ ପଡ଼ିବେ ।

Leave A Reply

Your email address will not be published.