mobile header

ମାଲକାନଗିରି ଜିଲ୍ଲାପାଳଙ୍କ ପାପୁଲୁର ଓ କୁର୍ମାନୁର ପଞ୍ଚାୟତ ଗ୍ରସ୍ତ

ଚିତ୍ରକୋଣ୍ଡା:-ମାଲକାନଗିରି ଜିଲାପାଳ ବିଶାଲ ସିଂ ଚିତ୍ରକୋଣ୍ଡା ବ୍ଲକର ପାପୁଳୁର ଓ କୁର୍ମାନୂର୍ ପଞ୍ଚାୟତକୁ ଅଚାନକ ଗ୍ରସ୍ତ।ଜିଲ୍ଲାପାଳ ଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା। ମାଲକାନଗିରି ଜିଲ୍ଲାପାଳ ଚିତ୍ରକୋଣ୍ଡା ବ୍ଲକର ପାପୁଲୁର୍ ଓ କୁର୍ମାନୁର୍ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଗ୍ରସ୍ତକରି ସେହି ଅଞ୍ଚଳରେ ଚାଲିଥିବା ସମସ୍ତ କାର୍ଯ୍ୟ ବୁଲିଦେଖିବା ସହ ସେହି ଅଞ୍ଚଳର ଲୋକମାନଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ବୁଝିଥିଲେ।ସେହି ଅଞ୍ଚଳରେ ଲୋକଙ୍କ ମୁଖ୍ୟ ସମସ୍ୟା ସେଠାରେ ନେଟୱର୍କ ର ବ୍ୟବସ୍ଥା ନାହିଁ ନେଟୱର୍କ ସମସ୍ୟା ଦୂର କରିବାପାଇଁ ଲୋକମାନେ ଜିଲ୍ଲାପାଳଙ୍କୁ ଜଣାଇଥିଲେ।ସେହି ଅଞ୍ଚଳରେ ନେଟୱର୍କ ସମସ୍ୟା ଯଥା ଶୀଘ୍ର ସମାଧାନ ହେବ ବୋଲି ଜିଲ୍ଲାପାଳ କହିଥିଲେ।ଏହା ସହ ଜିଲ୍ଲାପାଳ ପାପୁଳୁର ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ ପାପୂଲୁର ବିଦ୍ୟାଳୟରେ ଜଣେ ମହିଳା ଶିକ୍ଷକଙ୍କୁ ନିଯୁକ୍ତି ଦେବାପାଇଁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଜଣାଇଥିଲେ,ଲୋକଙ୍କ ପାଖରେ ପଟା ନଥିବାରୁ ପାଠପଢାରେ ଅସୁବିଧା ହେଉଛି ଲୋକଙ୍କୁ ପଟା ଦେବାକୁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।ଏହା ସହ ଜିଲ୍ଲାପାଳ ପାପୂଲୁର ମେଡିକାଲ ବୁଲି ଦେଖିଥିଲେ।ଜିଲ୍ଲାପାଳ ଙ୍କ ସହ ଚିତ୍ରକୋଣ୍ଡା ତହସିଲଦାର ଟି ପଦ୍ମନାଭ ଦୋରା ଉପସ୍ଥିତ ଥିଲେ।ଏହାସହ ଚିତ୍ରକୋଣ୍ଡା ବ୍ଲକ ଉପାଧ୍ୟକ୍ଷ ପଦ୍ମନାଭ ଦାମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.