ବାରିପଦା ଐତିହାସିକ ଛଉ ପଡିଆ ନୀକଟରେ ଆମ୍ ଆଦମୀ ପାର୍ଟି, ବାରିପଦା ସହର ଶାଖାର କର୍ମୀ ବୈଠକ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଚନ୍ଦନ କିସ୍କୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପାର୍ଟିର ସାଙ୍ଗଠନିକ ବିସ୍ତାର ସହିତ ରାଜ୍ୟରେ ଚାଲିଥିବା ୨୦୦ ଯୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଦେୟ ଛାଡପାଇଁ ଦସ୍ତଖତ ଅଭିଯାନର ସମୀକ୍ଷା ହୋଇଥିଲା। ତେବେ ବାରିପଦା ସହରରେ ଏହାକୁ କିଭଳି ଆହୁରି ଅଧିକରୁ ଅଧିକ ତ୍ବରାନ୍ବିତ କରାଯିବ ସେନେଇ ଯୋଜନା ପ୍ରସ୍ତୁତ କରାଯାଇଥିଲା। ବାରିପଦା ସହରରେ ଏହି ଦସ୍ତଖତ ଅଭିଯାନକୁ ପରିଚାଳିତ କରିବା ପାଇଁ ଶ୍ରୀ ସୁକୁମାର ପ୍ରଧାନ ଙ୍କୁ ସଭାପତି ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ତାଙ୍କୁ ସହଯୋଗ କରିବା ପାଇଁ ଏହି ବୈଠକରେ ପ୍ରତି ୱାର୍ଡରୁ ଜଣେ ଲେଖାଏଁ ସଦସ୍ୟଙ୍କୁ ବଛା ଯାଇଛି । ସେମାନଙ୍କୁ ନେଇ ପୁଣି ୱାର୍ଡ କମିଟି ଗଠନର ସିଦ୍ଧାନ୍ତ ହୋଇଛି। ତେବେ ଦୁଇମାସ ମଧ୍ୟରେ ବାରିପଦା ସହରରୁ ପନ୍ଦର ହଜାର ଦସ୍ତଖତ ସଂଗ୍ରହ ପାଇଁ ଲକ୍ଷ ରଖିଛି ବାରିପଦା ଆମ୍ ଆଦମୀ ପାର୍ଟି।ଏଥି ସହିତ ଆଲୋଚନା କାଳରେ କର୍ମୀମାନେ ଦେଶରେ ଦେଖାଦେଇଥିବା ଅହେତୁକ ଦରଦାମ୍ ବୃଦ୍ଧିକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ଯାହା ଉପରେ ଟ୍ୟାକ୍ସ ନଥିଲା ତା ଉପରେ ଜିଏସଟି ଲାଗୁକୁ ବିରୋଧ କରାଯାଇଛି। ଆଗାମୀ ଦିନରେ ସହରର ବିଭିନ୍ନ ସମସ୍ୟାକୁ ନେଇ ପାର୍ଟି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ଆପ ପକ୍ଷରୁ ସହମତି ପ୍ରକାଶ ପାଇଛି।ଏହି ବୈଠକରେ ରାଜ୍ୟ ଆପ୍ ର ପ୍ରତିଷ୍ଠାତା ସଦସ୍ୟ ଅଧ୍ୟାପକ ଗୋପବନ୍ଧୁ ମହାନ୍ତ , ରାଜ୍ୟ ଯୁବ ସଂଗଠନ ର ସମ୍ପାଦକ ଶ୍ରୀ ଚାନ୍ଦରାୟ ହାଁସଦା, ବରିଷ୍ଠ ସଦସ୍ୟ ଶ୍ରୀ ବାଦଲ ହେମ୍ବ୍ରମ, ଶିକ୍ଷାବିତ୍ ଶ୍ରୀ ନନ୍ଦ କୁମାର ମହାପାତ୍ର, ଶ୍ରୀମତୀ ମନୋରମା ମହାପାତ୍ର, ସୁଶ୍ରୀ ସନ୍ଧ୍ୟାରାଣୀ ପାଲବାବୁ, ଶ୍ରୀ ବିଶ୍ବବିଜୟୀ ପଣ୍ଡା, ଶ୍ରୀ ଚିଣ୍ଟୁ ଦେ, ଶ୍ରୀ କାଶୀନାଥ ମହାନା, ପ୍ରିୟଜିତ ମଦିନା,କିଶୋର ପାଢୀ, ପ୍ରହ୍ଲାଦ ମହାନ୍ତି, ଦୀପକ ସାହା ପଲେଇ, ଟୁନା ମାନା, ଅଭିମନ୍ୟୁ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ

