xmas

ପ୍ରତିହିଂସା ପରାୟଣ ରାଜନୀତିକୁ କଂଗ୍ରେସ ବରଦାସ୍ତ କରିବ ନାହିଁ – ବିଶ୍ୱଜିତ ଦାଶ

କଂଗ୍ରେସ ଇଡି ଭୟରେ ଡରିଯିବାର ରାଜନୈତିକ ଦଳ ନୁହେଁ- ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

ଭୁବନେଶ୍ୱର ତା ୨୨.୭- ଆଛେଦିନର ପ୍ରତିଶ୍ରୁତି ଦେଇଥିବା ନରେନ୍ଦ୍ର ମୋଦି ସରକାର ଆଜି ସବୁ କ୍ଷେତ୍ରରେ ବିଫଳ ଏବଂ ଜନମାନସରେ ବହୁ ପରିମାଣରେ ନିନ୍ଦିତ । ଭାରତ ବର୍ଷର ଅର୍ଥନୀତି ଆଜି ବିପର୍ଯ୍ୟସ୍ତ । ଡଲାର ମୂଲ୍ୟ ୮୦ ଟଙ୍କାକୁ ଛୁଇଁଲାଣି । ବିଦେଶୀ ମୁଦ୍ରା ଭଣ୍ଡାର ଆଜି ଚିନ୍ତାଜନକ ସ୍ଥିତିରେ । ଖାଉଟି ମୁଦ୍ରାସ୍ପିତି ୭% ରୁ ଅଧିକ ବେରୋଜଗାରୀ ୪୫ ବର୍ଷର ରେକର୍ଡ ଭାଙ୍ଗିସାରିଲାଣି । ଭାରତବର୍ଷର ୪୨ କୋଟି ଲୋକ ଉତ୍କଟ ଦାରିଦ୍ର‌୍ୟତା ଭିତରକୁ ଏହି ୮ବର୍ଷ ଭିତରେ ଠେଲି ହୋଇଯାଇଛନ୍ତି । ନରେନ୍ଦ୍ର ମୋଦି ନିଜର ଅପାରଗତା ଏବଂ ତାଙ୍କ ସରକାରଙ୍କର ବିଫଳତାକୁ ଲୁଚାଇବାକୁ ଯାଇ ବିରୋଧି ଦଳର ନେତୃବର୍ଗଙ୍କ ପ୍ରତି ପ୍ରତିହିଂସା ପରାୟଣ ରାଜନୀତିକୁ ଆପଣାଇ ନେଇଛନ୍ତି । ଇଡି, ସିବିଆଇ ଓ ଇନକମ ଟ୍ୟାକ୍ସର ଭୟ ଦେଖାଇ ବିରୋଧି ଶୂନ୍ୟ କରିବାକୁ ଚେଷ୍ଟା ଚଳାଇଛନ୍ତି । ନେସନାଲ ହେରାଲ୍ଡ ଖବରକାଗଜ ମାଧ୍ୟମରେ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାରଙ୍କ ଇଙ୍ଗିତରେ ଇଡି ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଗତ ୨୧ ତାରିଖ ଦିନ ସମନ କରିଥିଲା ଜେରା କରିବାପାଇଁ । ଏହି ଅନ୍ୟାୟ ଓ ପ୍ରତିହିସା ପରାଣୟ ରାଜନୀତି ବିରୋଧରେ ଏବଂ ଇଡିର ପକ୍ଷପାତିତାକୁ ପ୍ରତିବାଦ କରି ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସର ଛାତ୍ର, ଯୁବ, ମହିଳା ଓ ବିଶିଷ୍ଟ ନେତୃମଣ୍ଡଳୀ ତଥା କଂଗ୍ରେସ କର୍ମୀମାନେ ଭୁବନେଶ୍ୱର ନୂଆପଲ୍ଲୀ ଠାରେ ପ୍ରବର୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ସାମନାରେ ଏକ ପ୍ରତିବାଦ ସଭା କରାଯାଇଥିଲା । ଶ୍ରୀ ଦାଶ ଏହି ସଭାରେ ଇଡିର ନିରପେକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ସହିତ ନରେନ୍ଦ୍ର ମୋଦି, ଅମିତ ଶାହା ଓ କେନ୍ଦ୍ର ବିଜେପି ସରକାର ଇଡି ଭୟ ଦେଖାଇ ଶ୍ରୀମତୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳକୁ ବଦନାମ କରିପାରିବେ ନାହିଁ । ସମସ୍ତ କଂଗ୍ରେସ କର୍ମୀ ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସହିତ ଏହି ଚକ୍ରାନ୍ତ ବିରୋଧରେ ଲଢ଼େଇ କରିବାକୁ ପ୍ରସ୍ତୁତ ବୋଲି କହିଥିଲେ । ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି କଂଗ୍ରେସ କର୍ମୀ ଓ ନେତୃବର୍ଗ ମାନଙ୍କୁ ସମ୍ବୋଦ୍ଧିତ କରି କହିଥିଲେ ଯେ ନେସନାଲ ହେରାଲ୍ଡ ମନଲଣ୍ଡରିଂ ମାମଲା ସଂପୂର୍ଣ୍ଣଭାବେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଏଥିରେ କୌଣସି ପ୍ରକାର ଅର୍ଥର ଦେଣ ନେଣ କାରବାର ହୋଇନାହିଁ । ତେଣୁ ଏହି ଘଟଣାରେ କିଭଳି ମନିଲଣ୍ଡରିଂ ହେଲା । ଭୁବନେଶ୍ୱର ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଅଶୋକ ଦାସ ଗାନ୍ଧୀ, ନେହେରୁଙ୍କ ପରିବାର ପ୍ରତି ଯେଉଁଭଳି ଭାବରେ ନରେନ୍ଦ୍ର ମୋଦି ଇର୍ଷାପରାଣ ହେଉଛନ୍ତି ଏଥିରୁ ସ୍ପଷ୍ଟ ବାରି ହେଉଛି ଶ୍ରୀମୀତ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଭୟ କରୁଛନ୍ତି । କଂଗ୍ରେସ ଦଳ ଭାରତବର୍ଷର ଗଣତନ୍ତ୍ର ଓ ସମ୍ବିଧାନକୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ସ୍ତରରେ ଏ ଅଗଣତାନ୍ତ୍ରିକ ସରକାର ବିରୋଧରେ ଲଢ଼େଇ ଜାରି ରଖିବ । ଏହି ପ୍ରତିବାଦ ସଭାରେ ମନୋରଞ୍ଜନ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ମୋହନ ଜେନା, ସୁବ୍ରତ ମହାପାତ୍ର, ମିହିର ଆଚାର୍ଯ୍ୟ, ଗୀତାଞ୍ଜଳି ମହାନ୍ତି, ଦେବରାଜ ମିଶ୍ର, ଇନ୍ଦ୍ରଜିତ ପରିଡ଼ା, ଅନୁୱାର ଖାଁ, ରସିକ ପଟ୍ଟନାୟକ, ରଞ୍ଜିତ ପାତ୍ର, ବିଶ୍ୱଭୂଷଣ ମହାପାତ୍ର, ବୁନା ମହାନ୍ତି, ସୁବାଷ ପ୍ରଧାନ, ସେକ ତାକୱିନ୍‌, ସାଗର ପଟ୍ଟନାୟକ, ଜୟଶ୍ରୀ ନନ୍ଦ, ପ୍ରଭାବତି ପଟ୍ଟନାୟକ, ଉଦିତ ପ୍ରଧାନ, ଉମେଶ ଦାସ, ସୌମେନ୍ଦ୍ର ମହାନ୍ତି, ସାମସନ ଦାସ, ବିଂରଚି ବାରିକ, ମାନସ ସେଠୀ, ଦେବାଶିଷ ଦାସ, ରଞ୍ଜିତ ସେନାପତି, ଲକ୍ଷ୍ମୀପ୍ରିୟା ଦାସ, ଆରିୟନ ସାସମଲ, ଜାନକୀ ମଲ୍ଲିକ, ରାଜକିଶୋର ବାରିକ, ସ୍ପନ୍ଦନ ସ୍ୱାଇଁ, ସୂରଜ ରାଉତ, ମନୋରଞ୍ଜନ ରାଉତରାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.