xmas

ଦୁଷ୍କର୍ମ ସନ୍ଦେହରେ ଜଣେ ଯୁବକ ଅଟକ

ମାଲକାନଗିରି
ମାଲକାନଗିରି ଜିଲ୍ଲା ଅର୍ଦଶ ଥାନା ଅଧିନସ୍ଥ କୋରୁକୋଣ୍ଡା ନିକଟସ୍ଥ ଇନ୍ଦିରା କଲୋନୀର ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ ସନ୍ଦେହ । ପାରିବାର ପକ୍ଷରୁ ଥାନାରେ ଏତଲା । ଅଭିଯୋଗ ପରେ ମାଲକାନଗିରି ପୋଲିସ ଦ୍ବାରା ୨ ଯୁବକ ଅଟକ ।
ସୂଚନା ଅନୁଯାୟୀ ଗତ ୨୦ ତାରିଖ ରାତି ପ୍ରାୟ ୧୦.୩୦ ଘ. ସମୟରେ ମାଲକାନଗିରି ଜିଲ୍ଲା ଅର୍ଦଶ ଥାନା ଅଧିନସ୍ଥ କୋରୁକୋଣ୍ଡା ନିକଟସ୍ଥ ଇନ୍ଦିରା କଲୋନୀର ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଘର ନିକଟରୁ କୋରୁକୋଣ୍ଡା ଗ୍ରାମର କାର୍ତ୍ତିକ ଜ।ନି ଓ ଅନ୍ୟ ଜଣେ ଯୁବକ ବାଇକ ଯୋଗେ ନେଇଥିବା ଜାଣି ପରିବାର ଖୋଜା ଖୋଜି କରିଥଲେ । ବହୁ ଖୋଜା ଖୋଜି କରିବା ପରେ ରାତି ପ୍ରାୟ ୧୨ ଘ. ସମୟରେ କୋରୁକୋଣ୍ଡା ଅଗ୍ନିସମ କେନ୍ଦ୍ର ନିକଟ କେନାଲ ପାଖରେ ପାଟିରେ କପଡା ବନ୍ଧା ହୋଇ ସହ ଅଚେତ୍ ଅବସ୍ତାରେ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ । ଏହା ସହ ସେଠାରେ କାର୍ତ୍ତିକ ଜାନୀଙ୍କ ମଟର ସାଇକେଲ ମଧ୍ୟ ଥିବା ଦେଖିବାକୁ ପାଇଥିଲେ । ଯୁବତୀଙ୍କ ସହ ଦୁଷ୍କର୍ମ କରାଯାଇଥିବା ସନ୍ଦେହ କରି ଗତ କାଲି (୨୧/୦୭/୨୦୨୨) ରେ ମାଲକାନଗିରି ଆର୍ଦଶ ଥାନାରେ ଅଭିଯୋଗ କରିଥିଲେ ।
ଏନେଇ ମାଲକାନଗିରି ଆର୍ଦଶ ଥାନାରେ ୪୧୫/୨୨ ରେ ଏକ ମାମଲା ରୁଜୁ କରାଯିବା ସହ ଯୁବତୀଙ୍କ ଡାକ୍ତରୀ ମାଇନା ନିମନ୍ତେ ପଠାଯାଇଥିବା ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଉଛନ୍ତି । ଏଥିସହ ଅଭିଯୋଗରେ ଅଲେଖ ଥିବା କାର୍ତ୍ତିକ ଜାନୀଙ୍କୁ ଅଟକ ରଖିବା ସହ ତଦନ୍ତ ଯାରିରହିଥିବା କହିଛନ୍ତି ।

Leave A Reply

Your email address will not be published.