mobile header

ଧାନ ତଳି ରୁଆ ସରିଲା ପରେ ବିହନ ଦେଇଛନ୍ତି ସରକାରୀ ବାବୁ । ଜୈବିକ ପଦ୍ଧତିରେ ଧାନ ଚାଷ ନିମନ୍ତେ ଗ୍ରାମବାସୀଙ୍କୁ ଭୁଆ ବୁଲାଊଛନ୍ତି ଓଡିଶା ଜିବିକା ମିଶନ

ମାଲକାନଗିରି : ,ଓଡ଼ିଶା ଜିବିକା ମିଶନ ଦ୍ବାରା ଗ୍ରାମାଞ୍ଚଳରେ ଚାଷୀ ଙ୍କ ଆର୍ଥିକ ମାନଦଣ୍ଡ ର ବିକାଶ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଅଛି ।କିଛି କର୍ମଚାରୀ ଙ୍କ ଅବହେଳା ଯୋଗୁଁ ଏହି ଯୋଜନା ବାଟବଣା ହୋଇଥିବା ଦେଖିବାକୁ ମିଳିଛି ।ସୂଚନା ମୁତାବକ ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏମ ଭି 10 ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି ।ଗ୍ରାମବାସୀଙ୍କ କହିବା ଅନୁଯାୟୀ ଚାଷୀଙ୍କୁ ଆର୍ଥିକ ମାନଦଣ୍ଡର ବିକାଶ ନିମନ୍ତେ ଏହି ଗ୍ରାମର କେତେଜଣ ଚାଷୀଙ୍କୁ ଚାଷ କରିବା ନିମନ୍ତେ 10 ଲକ୍ଷ ଟଙ୍କାର ସହାୟତା କରାଯାଇ ଧାନ ଚାଷ କରାଯାଉଥିବା ସୂଚନା ମିଳିଛି । ଜୈବିକ ପଦ୍ଧତିରେ ଧାନ ଚାଷ ନିମନ୍ତେ ଏମ ଭି 10 ଗ୍ରାମର 50 ଜଣ ଚାଷୀଙ୍କୁ ଧାନ ବିହନ ଯୋଗାଇ ଦେଇ ଚାଷୀଙ୍କୁ ସହାୟତା ଦେବାର ବ୍ୟବସ୍ଥା ରହିଥିଲା, ଏ ସମନ୍ଧେ ଗତ ଏପ୍ରିଲ ମାସରେ ଏହି ଗ୍ରାମର ଚାଷୀ ଙ୍କୁ ନେଇ ବୈଠକ ରେ ସୂଚନା ଦିଆଯାଇ ଥିଲା, ପରବର୍ତ୍ତୀ ସମୟରେ ମେ ମାସରେ ପୂନର୍ବାର ବୈଠକ କରି ସେହି ସମୟ ବିହଣ ଦିଆଯିବ ବୋଲି ବିଭାଗୀୟ କର୍ମଚାରୀ ମାନେ ପ୍ରତିଶୃତି ଦେଇଥିଲେ ।କିନ୍ତୁ ପ୍ରତିଶୃତି ପାଣିର ଗାର ସଦସ୍ଯା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ପରେ ଜୁଲାଇ ମାସର 21 ତାରିଖ ଦିନ ଏହି ବିଭାଗ ର ପ୍ରତାପ ନାଏକ ନାମ ଜଣେ କର୍ମଚାରୀ ବିହନ ବଣ୍ଟନ କରିବା ନିମନ୍ତେ ଯାଇଥିଲେ, ସେଠାରେ ଚାଷ କାର୍ଯ୍ୟ ବର୍ତ୍ତମାନ ଅଧା ସମାପ୍ତ ହୋଇଥିବା ଯୋଗୁଁ ଗ୍ରାମବାସୀ ମାନେ ଉତ୍ତେଜିତ ହୋଇ ବିହନ ଫେରେଇ ନେବା ନିମନ୍ତେ ମତ ପ୍ରକାଶ କରିଥିଲେ ।ଏବଂ ଓଡିଶା ଜିବିକା ମିଶନ ଗ୍ରାମାଞ୍ଚଳରେ ଚାଷୀ ଙ୍କୁ କିଭଳି ଭାବରେ ପ୍ରକଳ୍ପ ନାମରେ ଭୁଆ ବୁଲାଊଛନ୍ତି ସେ ସମନ୍ଧେ ଗଣମାଧ୍ୟମ ଆଗରେ ମୁହଁ ଖୋଲି ଛନ୍ତି ।ଏ ସମ୍ପର୍କରେ ଓଡିଶା ଜିବିକା ମିଶନ ର ଜିଲ୍ଲା ସଂଯୋଜକ ପବିତ୍ର ମୋହନ ବାରା ଙ୍କୁ ପଚାରିବାରୁ ଏହି ଘଟଣା ସମ୍ପର୍କରେ ସେ କିଛି ଜାଣି ନ ଥିଲା ବେଳେ ଏହାର ତଦନ୍ତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।ଜୀବିକା ମିଶନ କର୍ମ ଚାରି ଙ୍କ ଅବହେଳା ଯୋଗୁଁ ଚାଷୀ ଙ୍କୁ ବିହନ ଠିକ ସମୟରେ ଦିଆଯାଇ ପାରିଲା ନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି

Leave A Reply

Your email address will not be published.