xmas

ମା ନାରାୟଣୀ ଯାତ୍ରା ଦେଶୀ ବେହେରା ଜେ. ଖଲି ପାତ୍ର ଙ୍କ ପରଲୋକ

ଫୁଲବାଣୀ -22/07 ଫୁଲବାଣୀ ସହର ର ପ୍ରସିଦ୍ଧ ନାରାୟଣୀ ଯାତ୍ରା କମିଟୀ ର ଦେଶୀ ବେହେରା ଜେ. ଖାଲୀପାତ୍ର ଙ୍କ ଶୁକ୍ରବାର ଆଜି ତାଙ୍କର ପରଲୋକ ହୋଇଯାଇଛି lମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା lକିଛି ମାସ ପୂର୍ବରୁ ତାଙ୍କ ପତ୍ନୀ ଙ୍କ ପରଲୋକ ହୋଇଥଲା lମୃତ୍ଯୁ ଖବର ପାଇ ନାରାୟଣୀ ଯାତ୍ରା କମିଟି ସଭାପତି ପି. ସୁଧାଂଶୁ ଶେଖର ପାତ୍ର, ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ, ଓ ବହୁ କର୍ମକର୍ତା, ବଣିକ ସଙ୍ଘ ସଭାପତି, କର୍ମକର୍ତା ଓ ବହୁ ମାନ୍ୟ ଗଣ୍ୟ ଵ୍ୟକ୍ତି ପ୍ରମୁଖ ବାସଭବନ କୁ ଯାଇ ଶେଷ ଦର୍ଶନ କରିବା ସହ ଗଭୀର ଶୋକ ବ୍ୟକ୍ତ କରିଥିଲେ lସ୍ବର୍ଗତପାତ୍ର ନାରାୟଣୀ ଯାତ୍ରା ଆରମ୍ଭରୁ ପଚାଶ ବର୍ଷ ଧରି ଦେସିବେହେରା ଭାବେ ସୁଚାରୁରୂପେ ଦାଇତ୍ୱ ସମ୍ପନ କରିଆସୁଥିଲେ l ଚଳିତ ବର୍ଷ ପଚାଶ ବର୍ଷ ପୂର୍ତ୍ତି ଅବସରରେ ସେ ଉପସ୍ଥିତ ରହି ମା ନାରାୟଣୀ ଙ୍କ ସେବା କାର୍ଯ୍ୟ କରିଥିଲେ lଦେଶୀ ବେହେରା ଙ୍କ ମୃତ୍ଯୁ ରେ ପୂର୍ବତନ ସଭାପତି.ଅଶୋକ ପଟନାୟକ, ପ୍ରସନ୍ନ ପଟନାୟକ, ରବି ସୁବୁଦ୍ଧି, ରମେଶ ମହାନ୍ତି, ଆଦିବାସୀ ନେତା ଲମ୍ବୋଦର କହଁର, ଆଇନଜୀବୀ ଶିବ ତ୍ରିପାଠୀ. ଉପସଭାପତି ସୁଜିତ ବେହେରା, ପ୍ରେସକ୍ଳବ ସଭାପତିତଥା ପୂର୍ବତନ ଯାତ୍ରା କମିଟି ଉପସଭାପତି ସୁନୀଲ ପଟନାୟକ, ଯାତ୍ରାକମିଟି ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜକ ଅଶୋକ ମହାନ୍ତି, ପ୍ରଶାନ୍ତ ବେହେରା, ଅଜୀତମହରଣl, ତ୍ରିନାଥ ସାହୁ, କଂଗ୍ରେସ ନେତା ବଂଶୀଧର ସ୍ୱାଇଁ, ପୂର୍ବତନ କାଉନସିଲର ପ୍ରଦୀପ ମୁନି,ଦୀନେଶ ବେହେରା, ପାର୍ଥ ବିଶ୍ୱାଳ, ସାମ୍ବାଦିକ ତଥା ଆଇନଜୀବୀ ଆଦିତ୍ୟ ତ୍ରିପାଠୀ ସନ୍ତୋଷ ଦିଗଲ, ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତିସମବେଦନା ଜ୍ଞାପନ କରିଛନରି l

Leave A Reply

Your email address will not be published.