ନିଖୋଜ ଭିନ୍ନକ୍ଷମ ନାବାଳକ ଙ୍କୁ ଉଦ୍ଧାର କଲେ ସାମ୍ବାଦିକ ଓ ମହିଳାସମାଜସେବୀ


ଫୁଲବାଣୀ 22/07
ନିଖୋଜ ଭିନ୍ନକ୍ଷମ ନାବାଳକଙ୍କୁ ଉଦ୍ଧାର କରି ପୋଲିସ ରେ ଜିମା ଦେଲେ ସାମ୍ବାଦିକ ଓ ମହିଳାସମାଜସେବୀ l ବାଲିଗୁଡା ଥାନା ଅନ୍ତର୍ଗତ ଗଡ଼ଗାବାଲି ଗାଁ ର ଅନ୍ତିମ ମଳିକ ନାମକ ଜଣେ ଭିନ୍ନକ୍ଷମ ନାବାଳକ ଗତ ଦୁଇଦିନ ହେବ ନିଖୋଜ ଥିଲେ, ଆଉ ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ସନ୍ଧାନ ପାଇନଥିଲେ l ଦାରିଙ୍ଗବାଡି ବ୍ଲକ ସାମେଲ କିଆ ରେ ଜଣେ ଭିନ୍ନକ୍ଷମ ନାବାଳକ ସନ୍ଦେହ ଜନକ ଅବସ୍ଥା ରେ ବୁଲୁଥିବା ଦେଖି ଶିକ୍ଷକ କୁନାଲ ପାତ୍ର ଖାଇବାକୁ ଦେଇ ବାଲିଗୁଡା ର ନିୟୁଜ ସେଭେନ ପ୍ରତିନିଧି ଙ୍କୁ ଖବର ଦେଇଥିଲେ ସାଙ୍ଗେ ସାଙ୍ଗେ ସାମ୍ବାଦିକ ପ୍ରମୋଦ ଦଣ୍ଡସେନା ତୁରନ୍ତ ନାବାଳକ ଙ୍କୁ ଉଦ୍ଧାର ପାଇଁ ନିଜ ଫେସବୁକ ଏକାଉଣ୍ଟ ଓ ବିଭିନ୍ନ ୱାଟ୍ସଅପ ଗ୍ରୁପ ରେ ନିଖୋଜ ନାବାଳକ ଙ୍କ ଫୋଟ ଛାଡିଥିଲେ ଖବର ପାଇ ପରିବାର ଲୋକେ ସାମ୍ବାଦିକ ଙ୍କୁ ଯୋଗାଯୋଗ କରିଥିଲେ l ସାମ୍ବାଦିକ ପ୍ରମୋଦ ସମେତ ଭାରତୀୟ ଜନତା ଦଳର ଯୁବମୋର୍ଚ୍ଚା ଉପ ସଭାପତି ତଥା ସମାଜସେବୀ କୁସୁମ ପ୍ରଧାନ ନାରୀନେତ୍ରୀ ରଶ୍ମିରେଖା ନାୟକ ରାତିରେ ସାମେଲକିଆ ଯାଇ ନାବାଳକ ଙ୍କୁ ଉଦ୍ଧାର କରିଥିଲେ ଏବଂ ବାଲିଗୁଡା ଥାନାରେ ଜିମା ଦେଇଥିଲେ l ସକାଳୁ ପରିବାର ଲୋକେ ନାବାଳକ ଙ୍କୁ ଥାନାରୁ ନିଜ ଘରକୁ ନେଇଥିଲେ l ସୂଚନା ଯୋଗ୍ୟ ଯେ ସାମ୍ବାଦିକ ପ୍ରମୋଦ ଖବର ଅପେକ୍ଷା ଲୋକଙ୍କ ଧନ ଜୀବନ ରକ୍ଷାପାଇଁ ପ୍ରାଧାନ୍ୟ ଦିଅନ୍ତି ପୂର୍ବରୁ ବହୁ ନିଖୋଜ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିଥିବା ନଜିର ରହିଛି l ନାବାଳକ ଙ୍କ ପରିବାର ଲୋକେ ସାମ୍ବାଦିକ ପ୍ରମୋଦ ଦଣ୍ଡସେନା, ସ୍କୁଲ ଶିକ୍ଷକ, ବିଜେପି ନେତ୍ରୀ ତଥା ସମାଜସେବୀ କୁସୁମ ଏବଂ ରଶ୍ମିରେଖା ଙ୍କୁ କୃତଜ୍ଞତା ଜଣାଇଛନ୍ତି l

Leave A Reply

Your email address will not be published.