mobile header

ବାଲିଦର ବୃଦ୍ଧି ପ୍ରତିବାଦରେ ଟ୍ରାକ୍ଟର ସଂଘ ଆସନ୍ତା ୨୫ ରୁ ରାଜ ରାସ୍ତାକୁ ଓହ୍ଲାଇବେ

ଫୁଲବାଣୀ -22/07 କନ୍ଧମାଳ ଜିଲ୍ଲାରେ ବାଲିର ଦର ବୃଦ୍ଧି ପାଇଁ ପ୍ରଶାସନ ପଦକ୍ଷେପ ନେଉଥିବାରୁ ଦୀର୍ଘ କୋଡ଼ିଏ ଦିନ ଧରି ଟ୍ରାକ୍ଟର ସବୁ ବନ୍ଦ ରହିଛି।ଫଳରେ ଘର ନିର୍ମାଣ କରୁଥିବା ଲୋକେ, ଠିକା କାମ କରୁଥିବା ଠିକାଦାର ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି lପ୍ରଶାସନ ବାଲି ପରିବହନ ବୃଦ୍ଧି ନିଷ୍ପତ୍ତି ପୂର୍ବରୁ କୌଣସି ଠିକାଦାର, ଟ୍ରାକ୍ଟର ମାଲିକ କିମ୍ବା ନିର୍ମାଣ ଠିକାଦାର ଙ୍କ ମତାମତ ନ ନେଇ ପ୍ରଶାସନ ଏକଛତ୍ରବାଦ ଭାବେ ନିଷ୍ପତ୍ତି ନେଇ ଥିବା ଅଭିଯୋଗ ହୋଇଛି।ଯାହା ବେନିୟମ ଓ ଅଗଣତାନ୍ତିକ।ଏହି ଦର ଫୁଲବାଣୀ ର ପଟୁବାଲି ପାଇଁ ପ୍ରଜୁଜ୍ୟ ନୁହେଁ।ଫୁଲବାଣୀ ର ପଟୁବାଲି କୌଣସି ପଲସ୍ତରା ମେଜିଆ ବା ଛାତ କାମରେ ଲାଗୁନାହିଁ।ତେଣୁ ଏହି ଦରବୃଦ୍ଧି ଜନସାଧାରଣ ଙ୍କୁ ଅତ୍ୟଧିକ ହେବ।ତେଣୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଜିଲା ପ୍ରଶାସନ ଶୁଣୁ ନଥିବାରୁଟ୍ରାକ୍ଟର ମାଲିକ ସଙ୍ଘ ଆସନ୍ତା ଜୁଲାଇ ୨୫ତାରିଖ ଠାରୁ ରାଜରାସ୍ତାକୁ ଓହ୍ଲାଇବା କୁ ବାଧ୍ୟ ହେବେ ବୋଲି ସୂଚନା ଦେଇଛନ୍ତି।ବାଲିଘାଟ ନିଲାମ କରି ବାଲି ରୟାଲିଟ ଆଦାୟ କଲେ ପେନାଲିଟି ବା ଫାଇନ ପଡିବ ନାହିଁ।ଯାହାଫଳରେ ସୁବିଧା ରେ ବାଲି ପରିବହନ ହୋଇପାରିବ।ବର୍ତ୍ତମାନ କୋଡ଼ିଏ ଦିନ ବନ୍ଦ ଫଳରେ ମୂଲିଆ ମଜୁରିଆକାମ ବିନା ନାହିଁ ନଥିବା ହଇରାଣ ହେଉଛନ୍ତି।ଖାଇବା ପିଇବା ପାଇଁ ଅସୁବିଧା।ଟ୍ରାକ୍ଟର ମାଲିକମାନେ ବ୍ୟାଙ୍କ ରୁଣ କିପରି ଶୁଝିବେ।ଡ୍ରାଇଭର ଦରମା କେଉଁଠୁ ଦେବେ ?ତୁରନ୍ତ ଏହାର ସମାଧାନ ନ କଲେ ସାଧାରଣ ଜନତା କୁଲି ମୁଲିଆ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେବୋଲି ଟ୍ରାକ୍ଟର ମହାସଂଘ ର ଉପଦେଷ୍ଟା ଅଶୋକ ପରିଡା ଓ ସଂମ୍ପାଦକ ଅମରେନ୍ଦ୍ର ପଟ୍ଟନାୟକ ସୁଚନା ଦେଇଛନ୍ତି।

Leave A Reply

Your email address will not be published.