mobile header

ଜଙ୍ଗଲ ଜମି ଡିଜିଟାଲ ମ୍ୟାପିଂ କର୍ମଶାଳା

ଫୁଲବାଣୀ -22/07 କନ୍ଧମାଳ ଜିଲ୍ଲାରେ ଆଦିବାସୀ ମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇଦିଆଯାଇଥିବା ଜଙ୍ଗଲ ଜମି ପଟ୍ଟା ର ଡିଜିଟାଲ ମ୍ୟାପିଂ.କରାଯିଵା ନେଇ ଶୁକ୍ରବାର ଏକ କର୍ମଶାଳା ପି ଏ ଆଇଟିଡ଼ିଏ ଙ୍କ ସମ୍ମିଳନୀ କକ୍ଷ ଠାରେଅନୁଷ୍ଠିତ ହୋଇଥିଲା lଏଥିରେ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗ ଦେଇ ଆଦିବାସୀ ଙ୍କ ଜଙ୍ଗଲ ଜମି ସମସ୍ୟା ଗୁଡିକୁ ଆନ୍ତରିକତାର ସହ ଅଗ୍ରାଧିକାର ଭିତ୍ତି ରେ ମ୍ୟାପିଂ କରି ଜାଗା ହସ୍ତାନ୍ତର କରିବାଲାଗି ତହସିଲଦାର, ଆ ର ଆଇ, ଏ ଆର ଆଇ, ଅମିନ ମାନଙ୍କୁ ପରାମର୍ଶ ଦେଇଥିଲେ lସେହିପରି ଏ ସବୁ ଜଙ୍ଗଲ ଜମି ରେ ଆଦିବାସୀ ମାନେ ଫଳ ଓ ମିଶ୍ରିତ ଚାଷକଲେ ସେମାନଙ୍କ ଜୀବନ ଜୀବିକା ରେ ପରିବର୍ତନ ହୋଇପାରିବ ଏଣୁ ସେଥିପ୍ରତି ସ୍ୱତନ୍ତ୍ର ଭାବେ ଦ୍ରୁଷ୍ଟି ଦେବାଲାଗି ଜିଲାପାଳ ପାଟିଲ ଅଧିକାରୀ ମାନଂକୁ କହିଥିଲେl l ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ଡିଜିଟାଲ ମ୍ୟାପିଂ ଉପରେ ଗୁରୁତ୍ୱ ଦେଇଥିଲେ lଏସିଏଫ ସୋମ୍ୟ ରଞ୍ଜନ ସାହୁ, ପ୍ରଦାନ ସ୍ଵେଛା ସେବୀ ସଂଗଠନ ର ନିରଞ୍ଜନ ମିଶ୍ର, ପ୍ରକଳ୍ପ ପ୍ରଶାସକ ଆଇ ଟି ଡ଼ି ଏ ବୀରେନ୍ଦ୍ର କୁମାର ଦାଶ, ଅନିତା କୁମାରୀ ସାହୁ, ଜିତେନ୍ଦ୍ର ସାହୁ, ଶୁଭଶ୍ରୀ ମହାନ୍ତି, ବାଦ୍ୟନାଥ ଖଟୁଆ, ପ୍ରମୋଦ ବେହେରା, ସତ୍ୟ ପ୍ରଧlନ, ଦିବ୍ୟ ପଟନାୟକ, ପ୍ରମୁଖ ଉପସ୍ଥିତ ରହି ଆଦିବାସୀଙ୍କ ଜୀବନ ଶୈଳୀ ରେ ଯେପରି ପରିବର୍ତନ ଆସିବ ସେନେଇ ସୁଚିନ୍ତିତ ମତ ଦେଇଥିଲେ l

Leave A Reply

Your email address will not be published.