xmas

ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ମାଲକାନଗିରି : ୨୨/୦୭/୨୨ ମାଲକାନଗିରି ମହାବିଦ୍ୟାଳୟ ଶିକ୍ଷା ବିଭାଗ ସମ୍ମାନ ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ସେହି ବିଭାଗୀୟ ମୁଖ୍ୟ ଶ୍ରୀ ଗୌତମ ନାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଲାଭ କରି ଉଚ୍ଚ ପଦପଦବୀରେ ଅବସ୍ଥାପିତ ହେବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ବାଣିଜ୍ୟ ବିଭାଗର ମୁଖ୍ୟ ତଥା ରାଜ୍ୟପାଳ ପୁରସ୍କାର ବିଜେତା ଶିକ୍ଷା ବିଭାଗର ଶୃଙ୍ଖଳିତ ଛାତ୍ରଛାତ୍ରୀଙ୍କ ଶୁଭ ମଙ୍ଗଳ କାମନା କରି ମାଲକାନଗିରିର ଆଦର୍ଶ ନାଗରିକ ହୋଇ ଦେଶର ସେବା କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ସଭାରେ ସୀତାଂଶୁ ମାଳିନୀ ପରିଡା ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସବିତା ମୁଦୁଲି ଛାତ୍ରଛାତ୍ରୀଙ୍କୁ ଅନ୍ୟଛାତ୍ର ଅପେକ୍ଷା ଶିଷ୍ଟାଚାର ଏବଂ ବ୍ୟବହାର ଓ ଶିକ୍ଷା ପ୍ରଣାଳୀ ଅନ୍ୟତମ, ଏଥିରେ ୧୬୦ ଜଣ ଶିକ୍ଷା ବିଭାଗର ଛାତ୍ରଛାତ୍ରୀ ଉପସ୍ଥିତ ରହି ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଛାତ୍ରଛାତ୍ରୀଙ୍କୁ ଗୀତା, ହନୁମାନ ଚାଳିଶା ଏବଂ କଲମ ସହ ଫୁଲତୋଳା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିମାନଙ୍କୁ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ ସୁମିତ୍ରା ପାଣିଗ୍ରାହୀ, ଲିଲି ସୋଡି, ଅଜିତ ଵାଲା ବିଭିନ୍ନ ଅନୁଭୂତି ପ୍ରେରଣ କରିଥିଲେ ।

Leave A Reply

Your email address will not be published.