xmas

ଏଡସ ରୋଗର ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି : ୨୨/୦୭/୨୨ ମାଲକାନଗିରି ମହାବିଦ୍ୟାଳୟରେ ରେଡ ରିବନ କ୍ଲବ ଦ୍ୱାରା ଏଡସ ରୋଗର ନିରାକରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଯୁବ ରେଡକ୍ରସ ଏବଂ ସି.ଆଇ.ଏନ.ଆର ର ମିଳିତ ଉଦ୍ୟମରେ କରାଯାଇଥିଲା । ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଉପସ୍ଥିତ ରହି ସଭାପତି ଭାବେ ଛାତ୍ରଛାତ୍ରୀମାନଙ୍କୁ ଏଡସ ରୋଗର ନିରାକରଣ ଓ ସଚେତନତା ଉପରେ ବିସୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ଃ. ରଞ୍ଜନ କୁମାର ସ୍ୱାଇଁ ଜିଲ୍ଲା ଯୁବ ରେଡକ୍ରସର ଆବାହକ ତଥା ସମ୍ପାଦକ ଉପସ୍ଥିତ ରହି କାର୍ୟ୍ଯ ପରିଚାଳନା କରିଥିଲେ । ମୁଖ୍ୟ ବକ୍ତା ଭାବେ ଜାତୀୟ ସେବା ଯୋଜନା ଅଧିକାରୀ ପ୍ରମିୟ କୁମାର ମହାନ୍ତି ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଏଡସ ରୋଗ ବିଷୟରେ ବିସୃତ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସି.ଆଇ.ଏନ.ଆର ର ପି.ଓ ବିଜ୍ଞାନିକ ଦାସ ଏବଂ ଏଫ.ଓ ଅଜୟ କୁମାର ପାଙ୍ଗି ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଏଡସ ରୋଗର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇ.ସି.ଟି.ସି ର ଆଇଟି ଅଧିକାରୀ ସୁଜୟ କୁମାର ସାଗର ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଡ଼ଃ. ରଞ୍ଜନ କୁମାର ସ୍ୱାଇଁ ରେଡ ରିବନ କ୍ଲବର ସଦସ୍ୟମାନଙ୍କୁ ଏଡସ ରୋଗର ନିରାକାର ଓ ସଚେତନତାର ବାର୍ତ୍ତା ନିଜ ଗ୍ରାମାଞ୍ଚଳରେ ପ୍ରଚାର କରିବାକୁ ପରାମର୍ଶ ଦେଇଥିଲେ । ଅନେକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞଙ୍କ ସହିତ ବର୍ତ୍ତାଳାପ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟତଃ ୧୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସଭା ଶେଷରେ ଅଧ୍ୟାପକ ଡ଼ଃ. ରଞ୍ଜନ କୁମାର ସ୍ୱାଇଁ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.