xmas

ପାଲବଣି ଠାରେ ପାଳନ ହେଲା ନବ ନିର୍ବାଚିତ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ।

୨୨-୦୭-୨୦୨୨
ମୟୁରଭଞ୍ଜ।

ଓଡ଼ିଶା ର ଗର୍ବ,ମୟୂରଭଞ୍ଜ ମାଟିର ଝିଅ ଶ୍ରୀମତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇ ଦେଶର ୧୫ ତମ ରାଷ୍ଟ୍ରପତି ହେବାର ସୌଭାଗ୍ୟ ଲାଭ କରିଛନ୍ତି।ଯୋଉଥି ପାଇଁ ସାରା ରାଜ୍ୟ ବିଜୟ ଉତ୍ସବ ମୁଖର ହୋଇଥିବା ବେଳେ ସେଥିରୁ ବାଦ ପଡିନାହିଁ ମୟୂରଭଞ୍ଜ।ସେହିଭଳି ମୟୂରଭଞ୍ଜ ଜିଲ୍ଲା ବିଜେପି ଯୁବ ସାଧାରଣ ସମ୍ପାଦକ ଦେବବ୍ରତ ସାମଲ ଙ୍କ ନେତୃତ୍ଵରେ ବାରିପଦା ପାଲବଣୀ ବାଇପାସ୍ ଛକ ଠାରେ ବାଣ ଫୁଟାଇ ,ମିଷ୍ଟାନ୍ନ ବଣ୍ଟନ କରି ଧୁମଧାମର ସହ ବିଜୟ ଉତ୍ସବ କୁ ପାଳନ କରାଯାଇଛି। ଏହି ବିଜୟ ଉତ୍ସବ ରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ ଦାସ, ସୁକୁଲ ମୁର୍ମୁ, ଦେବାନନ୍ଦ ମୁର୍ମୁ, ଯୁବ ସଭାପତି ବଲରାମ ସାହୁ, ସୋମନାଥ ବେହେରା, ରାଜେଶ ମହାନ୍ତ, ସୂରଜ ଲୋହାର, ସାନୁ ରଣା, ବ୍ରଜମୋହନ ଲୋହାର, ଅନ୍ତର୍ଯ୍ୟାମୀ ଦାସ, ମୋନଜ ବେହେରା, ଏମ. ଡି. ଅମିରୁଦିନ, ତାପସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.