mobile header

ସୋନିଆ ଗାନ୍ଧୀଙ୍କୁ ଇଡିର ନୋଟିସ ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ଓ ବିକ୍ଷୋଭ।

୨୨/୦୭/୨୦୨
ମୟୂରଭଞ୍ଜ।

ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସଭାପତି ଶ୍ରୀ ହେମନ୍ତ ଦାସ ଙ୍କ ଅଧ୍ୟକ୍ଷତାରେ ମୟୁରଭଞ୍ଜ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ରର ମୋଦୀ ସରକାର ଙ୍କର କଂଗ୍ରେସ ଦଳକୁ ବଦନାମ କରିବା ପାଇଁ ଆକ୍ରୋଶ ମୂଳକ ଭାବେ ପ୍ରତିଶୋଧ ପରାୟଣ ହୋଇ କଂଗ୍ରେସର ସଭାନେତ୍ରୀ ତଥା ଅଗଣିତ ଭାରତୀୟ ଙ୍କ ପ୍ରୀୟନେତ୍ରୀ ଙ୍କୁ ଇ.ଡି. ଦ୍ବାରା ସମନ କରି ଅପଦସ୍ତ କରିବାର ହୀନ ପ୍ରୟାସ ବିରୁଦ୍ଧରେ ଦିବା ୧୧ ଘଣ୍ଟା ସମୟରେ ଏକ ପ୍ରତିବାଦ ସଭା ଓ ବିକ୍ଷୋଭର ଆୟୋଜନ କରାଯାଇଥିଲା। ଦେଶରେ ଦରଦାମ, ବେକାରୀ, ନାରୀ ନିର୍ଯାତନା ଓ ଧର୍ଷଣ ଅତ୍ୟଧିକ ବୃଦ୍ଧି ପାଇଥିବା ବେଳେ ସେ ସବୁର ସମାଧାନ ପାଇଁ କେନ୍ଦ୍ର ସରକାର ତତ୍ପରତା ଦେଖାଉ ନାହାନ୍ତି, ଗରିବ ଓ ମଧ୍ୟବିତ୍ତ ଲୋକଙ୍କର ଦୈନନ୍ଦିନ ବ୍ୟବହୃତ ଖାଦ୍ୟ,ଚୂଡା, ମୁଢ଼ି,ଖଇ, ଚୁନା, ଗୁଡ଼ ଇତ୍ୟାଦି ଉପରେ ଜି.ଏସ.ଟି. ଟେକ୍ସ ଲଗାଇ ଗୁଜୁରାଣ ମେଣ୍ଟାଇବା ଉପରେ କୁଠାରାଘାତ କରାଯାଉଛି ।ସାଧାରଣ ଲୋକଙ୍କ ଧ୍ୟାନ ହଟାଇ କେବଳ ଧର୍ମ,ଜାତି ବିରୁଦ୍ଧରେ ଲଢେଇ କରାଇବା ମୋଦୀ ସରକାର ର ପ୍ରଥମ କାମ ପାଲଟିଛି ।
ଏହାରି ବିରୁଦ୍ଧରେ ପ୍ରତିବାଦ କରି ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଙ୍କ ବ୍ୟତୀତ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ବିଜନ ଦାସ, ଜ୍ୟୋତି ପ୍ରକାଶ ରଥ, ଅଶୋକ ଅଧିକାରୀ, ନଗର କଂଗ୍ରେସ ସଭାପତି ଶ୍ରୀ ଶାନ୍ତନୁ ପାଲ, ଯୋଗେଶ ଅଗ୍ରୱାଲ, ମହିଳା ସଭାନେତ୍ରୀ ଶ୍ରୀମତି ସୁସ୍ମିତା ଘୋସାଲ, କୋଷାଧ୍ୟକ୍ଷ ଦୀପକ ଦାଶ,ଏସ ସି ସେଲ ଅଧ୍ୟକ୍ଷ ସଂଜୟ ସେଠୀ,ଓବିସି ସେଲ୍ ର ସ୍ବାଗନ ଦାସ, ପୂର୍ବତନ ସରପଂଚ ଲାଲ୍ ମୋହନ ସିଂ, ପିସିସି ସଭ୍ୟ ନାରାୟଣ ମହାପାତ୍ର, ଜିଲ୍ଲା ସଂପାଦକ ପ୍ରଦୀପ ଦାସ, ତାରାକାନ୍ତ ବେହେରା, ଛାତ୍ର ସଭାପତି ମୋତି ପ୍ରକାଶ ଦାସ,ମାଇନରିଟି ସେଲ୍ ର ଅଧ୍ୟକ୍ଷ ଶେକ୍ ରଖିମ,ଶେଖ ମୁସ୍ତାଫା,କୁଶଧର ବେହେରା,ମୁରଲୀ ନାୟକ, ଭବାନୀ ଶଙ୍କର ସାହୁ, ସୁବାସ ପାତ୍ର,ନିର୍ମଳ ପ୍ରଧାନ, ଭିକି ସାମଲ, ନାରୀନେତ୍ରୀ ଇତିଶ୍ରୀ ମିଶ୍ର, ଶୁଭସ୍ମିତା ଦାସ, ରଶ୍ମିତା ମିଶ୍ର, ସୋନାଲି ସାହା,ଫରିଦା ତବସୁମ , ଗୋସେଇଁ ମହାନ୍ତ, ଶେଖ୍ ରଫିକ, ଶେଖ ସଲିମ ପ୍ରମୁଖ ଯୋଗ ଦେଇଥିଲେ

Leave A Reply

Your email address will not be published.