xmas

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ୭୩ ତମ ବନମହୋତ୍ସବ ସପ୍ତାହ ପାଳିତ

ଭୁବନେଶ୍ୱର,୨୩/୦୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍‌
ଏଗ୍ରିକଲ୍‌ଚରାଲ ସାଇନ୍ସେସ ପରିଚାଳିତ ଛତାବର ସ୍ଥିତ କୃଷି ଫାର୍ମରେ ୭୩ତମ ବନମହୋତ୍ସବ ସପ୍ତାହ ପାଳିତ
ହୋଇଯାଇଛି । ଆଇଏଏସ୍ ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀମାନେ
୭୦ ରୁ ୮୦ଟି ଚାରା ରୋପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଆଇଏଏସ୍ ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ଓଏସଡି ଡକ୍ଟର ପ୍ରିୟବ୍ରତ
ପ…ନାୟକ ଓ ପ୍ରୋଗ୍ରାମ୍ ଅଫିସର ରାକେଶ ରୋଶନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।
ବନମହୋତ୍ସବ କାର୍ଯ୍ୟକ୍ରମକୁ ଏନ.ଏସ୍‌.ଏସ୍ ପ୍ରୋଗ୍ରାମ୍ ଅଫିସର ଡକ୍ଟର ସରୋଜ ମହାନ୍ତି ପରିଚାଳନା
କରିଥିବାବେଳେ ଏନ୍‌ଏସ୍‌ଏସ୍ ର ୫୦ ଜଣ ସ୍ୱେଚ୍ଛାସେବୀ ଏଥିରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.