xmas

କ୍ଲଷ୍ଟର ସ୍ତରୀୟ ଏକଦିବସୀୟ ଶିକ୍ଷଣୀୟ ସାମଗ୍ରି ପ୍ରସ୍ତୁତି କର୍ମଶାଳା

ଫୁଲବାଣୀ -23/07
ଫୁଲବାଣୀ ବ୍ଲକ ଅନ୍ତର୍ଗତ ଦୁବଗଡ ଠାରେ କ୍ଲଷ୍ଟର ସ୍ତରୀୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ଶିକ୍ଷଣୀୟ ସାମଗ୍ରି ପ୍ରସ୍ତୁତ କର୍ମଶାଳା ଅନୁଷ୍ଠିତ ହୋଇଥିଲା lଏହି କାର୍ଯ୍ୟ କ୍ରମ ରେ ବ୍ଲକ ଶିକ୍ଷାଅଧିକାରୀ ରଞ୍ଜନ କହଁର ମୂଖ୍ୟ ଅତିଥୀ ଭାବେ ଯୋଗ ଦେଇ ଶିକ୍ଷଣୀୟ ସାମଗ୍ରି ର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ l ସେହିପରି ଏବିଇ ଓ ଅମୁଲ୍ୟ ଜେନା, ଅଶୋକ ମିଶ୍ର, ଶ୍ୟାମବନ୍ଧୁ ମହାରଣା, ଓ ଶିକ୍ଷକ ପ୍ରଶିକ୍ଷକ କୃଷ୍ଣ କୁମାର ପ୍ରମୁଖ ଜିଗ ଦେଇ ଶିକ୍ଷଣୀୟ ସାମଗ୍ରି ପ୍ରସ୍ତୁତି ଉପରେ ବୁଝାଇଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ସି ଆର ସିସି ପ୍ରଦୀପ ମିହଂlତି, ସରିତା ମହାରଣା, ସରୋଜ ପ୍ରଧାନ, ରବୀନ୍ଦ୍ର ଦିଗଲ, ସତୀଶ ପ୍ରଧାନ, ଓମ ସାହାଣୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ lବିଭିନ୍ନ ସ୍କୁଲ ର
ଚିତ୍ରସେନୀ ମହାନ୍ତି, ସନ୍ଧ୍ୟାରାଣୀ ମହାନ୍ତି, ବିଷ୍ଣୁ ପ୍ରିୟl ସାହୁ, ଧନେ ସ୍ୱର ଖୁଣ୍ଟିଆ, ସମେତ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.