ଫୁଲବାଣୀ 23/7-କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଆଦର୍ଶ ବିଦ୍ୟାଳୟ ଠାରେ ଆଜିଶନିବାର ଅଭିଭାବକ ଓ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ନେଇ ଏକ ବୈଠକଅବିଭାବକ ଆଶୁତୋଷ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ବୈଠକ ରେ ସାଇକେଲ ଷ୍ଟାଣ୍ଡ, ରାସ୍ତା କଡରେ ଏକ ରେଷ୍ଟ ସେଡ, ପିଲାଙ୍କ ପାଇଁ ଖେଳ ପଡିଆ, ଅବିଭାବକ ମିଟିଙ୍ଗ ହଲ ର ଆବଶ୍ୟକତା ଥିବାରୁ ଏହି ବୈଠକ ରେ ଆଲୋଚନା କରାଯାଇ ସୋମବାର ଏକ ଲିଖିତ ଅଭିଯୋଗ ସ୍ଥାନୀୟ ବିଡ଼ିଓ, ବିଧାୟକ, ସାଂସଦ , ସରପଞ୍ଚ, ତହସିଲଦାର ଙ୍କୁ ଜଣେଇବା ପାଇଁ ନିଷ୍ପତି ନିଆଗଲା l ସି ବି ଏସ ଏଇ କୋର୍ସ ରେ ରାଇକିଆ ଆଦର୍ଶ ବିଦ୍ୟାଳୟ ର ଛାତ୍ର ପ୍ରଭୁ ପ୍ରସାଦ ସାହୁ ସର୍ବାଧିକ 472ମାର୍କ ରଖି 94.4ବ୍ଲକ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି l ଏହି ବୈଠକ ରେ ପ୍ରିନ୍ସପାଲ ଜିଆଶ ପ୍ରଧାନଙ୍କ ସମେତ ,ପଞ୍ଚୁ ସାହୁ, ଅରୁଣ କୁମାର ପାତ୍ର, ଆଶିଷ ଲେଙ୍କା, ଦିଲୀପ ମହାନ୍ତି, ଅନିଲ ପରିଛା, ଶିବ ପ୍ରସାଦ ଦାସ, ଗୁରୁଣ୍ଠ ପ୍ରଧାନ, ଫିଲପ ପ୍ରଧାନ, ରାଜମୋହନ ଦିଗାଳ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେl