mobile header

ପ୍ରକୃତିଙ୍କ ପ୍ରେମରେ ବାୟା ବାବୁଶାନ! ରାସ୍ତା ଉପରେ ହାଇଡ୍ରାମା

ଘର ଚାରିକାନ୍ଥରୁ ବାହାରି ରାଜରାସ୍ତାରେ ଗଡ଼ିଲା ଷ୍ଟାର ଘର କଳି। ଓଡ଼ିଆ ସୁପରଷ୍ଟାର ବାବୁସାନଙ୍କ ସହ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଦେଖି ରାସ୍ତାରେ ହାଇଡ୍ରାମା କଲେ ତାଙ୍କ ପତ୍ନୀ। ପତିଙ୍କ ସହ ଅନ୍ୟ ଯୁବତୀଙ୍କୁ ଦେଖି ହିତାହିତ ଜ୍ଞାନ ହରାଇ ବସିଲେ ପତ୍ନୀ। ଏପରିକି ରାସ୍ତା ଉପରେ ପତିଙ୍କ ସାର୍ଟ ଧରି ଝିଙ୍କିବା ସହ ଅଭିନେତ୍ରୀ ପ୍ରକୃତିଙ୍କ ଚୁଟି ଟାଣି ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ଦେଖିବାକୁ ମିଳିଛି। ଏପରି ହାଇଡ୍ରାମା ରାଜଧାନୀର ସତ୍ୟନଗରରେ ଦେଖିବାକୁ ମିଳିଥିବା ବେଳେ ଏହାର ଭିଡିଓ ଆଜି ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ଏହା ଆଜି ସକାଳର ଘଟଣା ବୋଲି କୁହାଯାଉଛି।

ଭିଡିଓଆ ଦେଖିବାକୁ ମିଳୁଛି, ଏକ କାର୍‌ରେ ବାବୁସାନ ଓ ପ୍ରକୃତି ରାସ୍ତା ଉପରେ ଥିବା ବେଳେ ହଠାତ୍‌ ଅତର୍କିତ ଭାବେ ତାଙ୍କ ପତ୍ନୀ ସେଠାରେ ପହଞ୍ଚିଗଲେ। ଏହାପରେ ଆରମ୍ଭ ହୋଇଗଲା ହାଇ ଭୋଲଟେଜ ଡ୍ରାମା । ମହିଳାଜଣକ କାର୍‌ ଡୋର ଖୋଲି ନିଜ ପତିଙ୍କ ସାର୍ଟ ଟାଣି ତାଙ୍କୁ ବାହାରକୁ ଆଣିଥିବା ବେଳେ ନିଜେ ଯାଇ ଡ୍ରାଇଭର ସିଟ୍‌ରେ ବସିଲେ। ଏହାପରେ ସାଇଡ ସିଟ୍‌ରେ ଥିବା ପ୍ରକୃତିଙ୍କ ଉପରେ ଆରମ୍ଭ କରିଦେଲେ ହାମଲା। ତାଙ୍କ ଚୁଟି ଟାଣି ତାଙ୍କୁ ଆକ୍ରମଣ କରୁଥିବା ବେଳେ ଅସହାୟ ହୋଇ ପଡ଼ିଥିବା ପ୍ରକୃତି ସେଠାରେ ଉପସ୍ଥିତ ଲୋକଙ୍କୁ ସାହାଯ୍ୟ ମାଗିଥିଲେ। ଏହାପରେ ଯେଣତେଣ ପ୍ରକାରେ ବାବୁସାନଙ୍କ ପତ୍ନୀଙ୍କ କବଳରୁ ଦୌଡ଼ି ସେ ମୁକୁଳି ଦୌଡ଼ିବାକୁ ଲାଗିଥିବା ବେଳେ ବାବୁସାନଙ୍କ ପତ୍ନୀ ମଦ୍ୟ ନ ଛୋଡ଼ବନ୍ଧା ଥିଲେ । ସେ ବି ତାଙ୍କ ପଛରେ ଦୌଡ଼ି ଦୌଡ଼ି ତାଙ୍କୁ ଗାଳି କରୁଥିବା ଭିଡିଓରେ ଶୁଣିବାକୁ ମିଳୁଛି।

ନିଜ ପତିଙ୍କୁ ପ୍ରକୃତିଙ୍କ ସହ ଦେଖି ହିତାହିତ ଜ୍ଞାନ ହରାଇ ବସିଥିବା ମହିଳାଜଣକ ଖୁବ୍‌ ଜୋରରେ ଚିତ୍କାର କରିବାକୁ ଲାଗୁଥିଲେ। ଏପରିକି ଏହି ଝିଅ ପାଇଁ ମୋ ଘର ସଂସାର ଛାରଖାର ହୋଇଯାଇଛି ବୋଲି କହିବାକୁ ଶୁଣିବାକୁ ମିଳୁଛି। କିଛି ଦିନହେବ ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଠିକ୍‌ ରହୁ ନ ଥିବା ବେଳେ ବାବୁସାନ ଘରକୁ ଯାଉ ନ ଥିବା ଜଣାଯାଇଛି।

Leave A Reply

Your email address will not be published.