xmas

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବରଗଡ଼:- ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଗତକାଲି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉକ୍ତ ଦିନ ତମାମ୍‌ ପାଳନ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଅଗଷ୍ଟ ୧୫ ଦିନ ସକାଳ ୫ଟାରେ ରାମଧୂନ ଡ଼ାକବାଜି ଯନ୍ତ୍ର ଦ୍ୱାରା ସହରରେ ବାଜିବ । ସେହିପରି ସକାଳ ୭ଟାରୁ ୭.୩୦ ମିନିଟ ମଧ୍ୟରେ ଜିଲ୍ଲାର ସମସ୍ତ ଅନୁଷ୍ଠାନ ଗୁଡ଼ିକରେ ଜାତୀୟ ପତାକା ଉତ୍ତୋଳନ, ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଜର୍ଜ ହାଇସ୍କୁଲ ପଡ଼ିଆରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହେବ । ଏହି ଠାରେ ସକାଳ ୯.୧୫ ମିନିଟ୍‌ରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ପ୍ୟାରେଡ୍ ଅନୁଷ୍ଠିତ ହେବ । ପରେ ଜେଲ୍ ଅନ୍ତେବାସୀ ଓ ଚିକିତ୍ସାଳୟରେ ଫଳ ଓ ମିଷ୍ଟାନ୍ନ ମୁଖ୍ୟ ଅତିଥିଙ୍କ ଦ୍ଵାରା ବଣ୍ଟନ କରାଯିବ । ସ୍ୱାଧୀନତା ଦିବସ ଅବସରରେ ସ୍କୁଲ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍, ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହେବ । ଏଥିପାଇଁ ବିଭିନ୍ନ ସ୍କୁଲ ଓ କଲେଜର ଅଧ୍ୟକ୍ଷଙ୍କୁ ଦାୟିତ୍ଵ ଦିଆଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ଠିକ୍ ଭାବେ ଦାୟିତ୍ଵ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଏସ୍‌ପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଏବଂ ନବୀନ ପଟେଲ ଉପସ୍ଥିତ ଥିଲେ

Leave A Reply

Your email address will not be published.