xmas

କବିତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ୯ ଜଣକୁ ବାନ୍ଧିଲା ସଦର ପୋଲିସ

ଫୁଲବାଣୀ 23/07 ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗୌଡପଡା ର ନବମ ଶ୍ରେଣୀ ନାବାଳିକା ଛାତ୍ରୀ କବିତା କହଁର ଦୁଷ୍କର୍ମ ଓ ହତ୍ୟା ଘଟଣା ରେ ଦୋଷୀ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ସଦର ଥାନା ପୋଲିସ lଆଜି ଅପରାହ୍ନରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ରେ ସଦର ଥାନା ପୋଲିସ ସଦର ଥାନା ଅଂଚଳ ର ୯ ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛିl ଜାମିନ ନାମଞ୍ଜୁର ହେବା ଫଳରେ ସମସ୍ତଙ୍କୁ ଜେଲ କୁ ପଠାଇଦିଆଯାଇଛି l
ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଙ୍କ ଗିରଫ ଦାବୀ କରି ଗୁରୁବାର ଏବିଭିପି ପକ୍ଷରୁ ଶହ ଶହ ସଂଖ୍ୟାରେ ଛାତ୍ର ଛାତ୍ରୀ ମଦୀକୁନ୍ଦl ଛକ ରୁଏକ ବିଶାଳ ଶୋଭାଯାତ୍ରା ରେ ବାହାରି ମୁଖ୍ୟରାସ୍ତା ଦେଇ ଏସପି ଅଫିସ ଆସି ଘେରାଉ କରିଥିଲେ l ପୂର୍ବରୁ କୁଇସମାଜ ପକ୍ଷରୁ ଗୀତାଞ୍ଜଳି କହଁର ଙ୍କ ନେତୃତ୍ୱ ରେ ମଧ୍ୟ ଆଦିବାସୀ ମହିଳା ମାନେ ଏସପି ଅଫିସ ଘେରାଉ କରିଥିଲେ l ସେହିପରି ଆସନ୍ତା କଲି ବିଜେପି ଯୁବ ମୋର୍ଚା ପକ୍ଷରୁ ପୀଡିତଲାପରିବାର ଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଥିଲl lତେଵେ ଏସ ଡ଼ି ପି ଓ, ମହେନ୍ଦ୍ରନାଥ ମୁର୍ମୁ, ଓ ସଦର ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ଉଦ୍ୟମ ଫଳରେ ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରିବା ରେ ସଫଳ ହୋଇଛି ପୋଲିସ l

Leave A Reply

Your email address will not be published.