xmas

ମହୁଲ ଫୁଲ ଓ ପଣସ ରୁ ୨ ଦିନିଆ ଖାଦ୍ୟ ତିଆରି ତାଲିମ

ଫୁଲବାଣୀ -23/07
କନ୍ଧମାଳ ଜିଲା ରେ ବହୁଳମାତ୍ରା ରେ ସଂଗୃହିତ ମହୁଲ ଫୁଲ ଓ ପଣସ ରୁଦୁଇ ଦୁଇ କିପରି ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ସାମଗ୍ରି ପ୍ରସ୍ତୁତି ସମ୍ପର୍କରେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ଜାମଝୁ ରି ପଂଚାୟତ ରେସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ଦୁଇ ଦିନିଆ ତାଲିମ କାଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l
ଏଥିରେ ବିଡ଼ିଓ ଶାନ୍ତନୁ କୁମାର ନାୟକ, ତାଲିମ ଦାତା ମନମୋହନ ବାରିକ, ସରପଞ୍ଚ ଶ୍ରୀମତୀ ଲଳିତା କହଁର, ପଂଚାୟତ କାର୍ଯ୍ୟନିଵାହୀ ଅଧିକାରୀ ଶ୍ରୀମତୀ ଏ. ସାହୁ, ଯଜୁଲ୍ୟ ମାୟା ପାତ୍ର, ଓ ଏଲ ଏମ ବି ଟି ଏମ, ଓ ସବିତା ସୁବୁଦ୍ଧି ଓ ଏଲଏମ ବିପିଏମ ପ୍ରମୁଖ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ l
ମହୁଲ ଫୁଲ ର ଲଡୁ, କେକ, ଓ ପଣସ ଚିପ୍ସ ପ୍ରସ୍ତୁତି ଓ ବିକ୍ରିବଟା ସମ୍ପର୍କରେ ବୁଝାଇଥିଲେ lପ୍ରସ୍ତୁତି କରି ସମ୍ପୃକ୍ତ ଅଂଚଳରେ ବିକ୍ରୀ କରିବା ସହ ସହର ରେ ଥିବା କନ୍ଧମାଳ ଫ୍ରେସଆଉଟ ଲେଟ ରେ ବିକ୍ରୀ କରିବା ଲାଗି ପରାମର୍ଶ ଦେଇଥିଲେ l

Leave A Reply

Your email address will not be published.