ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ ଅଧିନ ରାଣୀଭୋଳ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲ୍ଲା ରେଡ଼କ୍ରସ ସୋସାଇଟି ସହଯୋଗରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।ନଗରପାଳ କୃଷ୍ନାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଶିବିରକୁ ଉଦଘାଟନ କରିବା ସହ ବିଦ୍ୟାଳୟର ଏହି ଅଭିନଵ ପ୍ରୟାସ ପାଇଁ ପ୍ରଶଂସା କରିଥିଲେ। ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତୀ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମସ୍ତ ରକ୍ତ ଦାତା ଓ ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରେଡ଼କ୍ରସର ଆଜୀବନ ସଦସ୍ୟ ଅସୀମ ଚକ୍ରବର୍ତ୍ତୀ, ସୋମନାଥ ସିଂହ, ସି ଆର ସି ସି ଗୀତିକା ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବିଭୁତି ଭୂଷଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ସ୍ଥାନୀୟ ଯୁବକମାନେ ରକ୍ତଦାନ କରିଥିଲେ।ନଅ ଜଣ ମହିଳା ସମେତ ମୋଟ ୪୯ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ। ସମସ୍ତ ରକ୍ତଦାତାଙ୍କୁ ପ୍ରମାଣ ପତ୍ର ଓ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ବାରିପଦା ରକ୍ତ ଭଣ୍ଡାର ଅଧିକାରୀ ଡ଼ ସୌମ୍ୟ ରଞ୍ଜନ ନାୟକଙ୍କ ନେତୃତ୍ୱରେ ଦେବାଶିଷ ପଣ୍ଡା, ମୋନାଲିସା ମାରାଣ୍ଡି, ରୁଚିକା ଖୁରାନା, ସବିତାରାଣୀ ଶେଜପଡା, ଓ କେ କେ ଜେନା ରକ୍ତ ସଂଗ୍ରହ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଦେବେନ୍ଦ୍ର କୁମାର ପାଣି, କମଳ ଲୋଚନ ଭଦ୍ର, ହିମାଂଶୁ ଦାସ, ସଂଗ୍ରାମ ପାତ୍ର ତଥା ଶିକ୍ଷୟିତ୍ରୀ ସୋନାଲି ମିଶ୍ର ଓ ସବିତା ସୋରେନ, କର୍ମଚାରୀ ଚିନ୍ମୟ କୁମାର ଦତ୍ତ, ପ୍ରମୋଦ ପଢିୟାରୀ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
