xmas

ବିନା ହେଲମେଟରେ ଚାଷ କାମ ପାଇଁ ବାଇକରେ ଯାଉଥିଲେ ଚାଷୀ, ଟ୍ରାଫିକ ପୁଲିସ ଆଦାୟ କଲା ୬ହଜାର ଟଙ୍କା ଜୋରିମାନା

ସମ୍ବଲପୁର ଜିଲାର ରେଙ୍ଗାଲି ବ୍ଳକ୍ ଲଇଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେହୁରିପାଲି ଗ୍ରାମର ସୁବୋଧ କୁମାର ନାଏକ ନାମକ ଜନୈକ ଚାଷୀଙ୍କ ଦେହୁରିପାଲିରୁ ୨କିଲୋମିଟର ଦୂର ଦଲପାଳି ଗାଁରେ ଚାଷ ଜମି ରହିଛି। ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟ ରେ ସୁବୋଧ ହେଲମେଟ୍ ନପିନ୍ଧି ତାଙ୍କ ବାଇକରେ ଚାଷ କାମ ପାଇଁ କ୍ଷେତକୁ ଯାଉଥିଲେ। ଦଳପତପାଲି ଛକ ପାଖରେ ସମ୍ବଲପୁର ଟ୍ରାଫିକ୍ ଟିମ୍ ତାଙ୍କୁ ଅଟକାଇ ୬ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୁବୋଧ ଲୁଙ୍ଘି ଖଣ୍ଡେ ପିନ୍ଧି ବିନା ହେଲମେଟରେ ତାଙ୍କ ଗାଁରୁ ୨କିଲୋମିଟର ଦୂରତାରେ ଥିବା ଚାଷ ଜମିକୁ ଚାଷ କାମ ପାଇଁ ଯାଉଥିଲେ। ଦଳପତପାଲି ଛକରେ ଟ୍ରଫିକ୍ ପୁଳିସ ହାବୁଡରେ ପଡି ଯାଇଥିଲେ। ବାଇକର କାଗଜାତ ନଥିବା, ବିନା ହେଲମେଟରେ ବାଇକ୍ ଚଳାଇବା ଏବଂ ଲାଇସେନ୍ସ ନଥିବା କାରଣ ଦର୍ଶାଇ ସୁବୋଧଙ୍କୁ ୬ହଜାର ଟଙ୍କା ଜୋରିମାନା ଧାର୍ଯ୍ୟ କରି ଏସଂକ୍ରାନ୍ତରେ ଏକ ସ୍ଲିପ୍ ଦିଆଯାଇଛି। ବିନା ଲାଇସେନ୍ସରେ ଗାଡି ଚାଳନା ପାଇଁ ୫ହଜାର ଏବଂ ବାଇକର କାଗଜାତ ନଥିବାରୁ ୧ହଜାର ଟଙ୍କା ଜୋରିମାନା କରାଯାଇଛି।

Leave A Reply

Your email address will not be published.