xmas

ବିଜେଡି ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବୃକ୍ଷ ରୋପଣ।

୨୩-୦୭-୨୦୨୨
ମୟୂରଭଞ୍ଜ।

ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ
ମୟୂରଭଞ୍ଜ ଜିଲ୍ଲା ବିଜେଡି ପକ୍ଷରୁ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଅବସରରେ ୨୩ ତାରିଖ ଶନିବାର ବାରିପଦା ସହର ମଧୁବନ ସ୍ଥିତ ମିନି ଷ୍ଟାଡିୟମ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୭ ନମ୍ବର ୱାର୍ଡ କାଉନସିଲର ପ୍ରଶାନ୍ତ ବେହେରାଙ୍କ ଉପସ୍ଥିତିରେ ଯୁବ ବିଜେଡି ସଭାପତି ଅରୁଣ ବରାଡ ଏବଂ ଛାତ୍ର ସଭାପତି ସୁନୀଲ କୁମାର ନାୟକଙ୍କ ସଂଯୋଜନାରେ ପ୍ରାକ୍ତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ତେବେ ଏହି
କାର୍ଯ୍ୟକ୍ରମ ରେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି , ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ବିଜେଡି ଆଦିବାସୀ ଉନ୍ନୟନ ଏବଂ ସଂଖ୍ୟାଲଘୁ ବିଭାଗର ସାଧାରଣ ସମ୍ପାଦକ ଡ଼ଃ ଦେବାଶିଷ ମାର୍ଣ୍ଡି , ପୂର୍ବତନ କୃଷିନିଗମ ଅଧ୍ୟକ୍ଷ ତଥା ଜୀବନ ବିନ୍ଦୁ ଓଡିଶା ମୋ ପରିବାର ସଂଯୋଜକ ଦେବାଶିଷ ମହାନ୍ତି , ୱାର୍ଡ କାଉନ୍ସିଲର ଦେବାଶିଷ ପାତ୍ର , ଅନନ୍ତ ଦାସ, ଶିବଶଙ୍କର ପାତ୍ର, ଶ୍ରୀମାତ ମୁର୍ମୁ, ପୂର୍ବତନ ଉପନଗରପାଳ ଜିତେନ୍ଦ୍ର ମହାନ୍ତି,ବାରିପଦା ନିର୍ବାଚନ ମଣ୍ଡଳୀ କୋଡିନେଟର ପ୍ରଭାତ ନାୟକ, ରାଜ୍ୟ ବିଜେଡି ସଂପାଦକ ସୁବ୍ରମଣ୍ୟମ ମହାନ୍ତି,
ରାଜ୍ୟ ଯୁବ ଉପସଭାନେତ୍ରୀ ଛବି ମାହାଲି, ଜୋନାଲ ଯୁବ ସଭାପତି ନେପୁ ଦାସ, ମହିଳା ସଭାନେତ୍ରୀ ଦୀପ୍ତିଲତା ମିଶ୍ର, ରାଜ୍ୟ ମହିଳା ସଂପାଦିକା ଶ୍ରାବଣୀ ଦାସ, ସବିତା ବେହେରା, ଛାତ୍ର ଜୋନାଲ ସଭାପତି ଅବଦୁଲ ହବିବ,ବରିଷ୍ଠ ବିଜେଡି ନେତା ସରୋଜ ମହାପାତ୍ର, ନାରିନେତ୍ରୀ ପ୍ରୀତିନନ୍ଦା କାନୁନଗୋ, ଶିଶୁ ରଣା, ଆଭାସ ଦେ ପ୍ରମୁଖ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲା ବେଳେ ୱାର୍ଡ ନମ୍ବର ୭ର ବିଜେଡି କର୍ମୀଙ୍କ ସହାୟତାରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.