mobile header

ଖବର ପ୍ରକାଶ ପାଇବା ପରେ ରାସ୍ତା ମରାମତି କାମ ଆରମ୍ଭ

ଫୁଲବାଣୀ 23/07 ଗଣ ମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ଫୁଲବାଣୀ ସହର ର ମେଁଇନ ରୋଡ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି lଫୁଲବାଣୀ ପୂର୍ତ୍ତ ବିଭାଗ ପକ୍ଷରୁ ଆଜିସକାଳୁ କାର୍ଯ୍ୟ ଆରମ୍ଭ କରିଛି ଠିକାଦାର l ଗତ କିଛିଦିନହେଲା ରାସ୍ତାରୁ ପିଚୁସହ ଗୁଡ଼ି ଉଠି ଯିବା ଫଳରେ ଏହି ରାସ୍ତା ରେ ଟାଉନ ଥାନା ଓ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାୟୁ ପ୍ରଦୂଷଣ ବଢିଯିବା ସହ ରାସ୍ତାରେ ଯିବା ଆସିବା ବେଳେ ଦୂର୍ଘଟଣା ମଧ୍ୟ ହେଉଥିଲା lପୋଲିସ କର୍ମଚାରୀ ମାନେ ଡିଉଟି କରିବାବେଳେ ପ୍ରଦୂଷଣ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଥିଲେ l ଏସମ୍ପର୍କରେ ଖବର ପ୍ରକାଶ ପାଇବାସହ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ. ପ୍ରିୟ ବ୍ରତ ସାମନ୍ତରାୟ ଙ୍କୁ ମଧ୍ୟ ରାସ୍ତା ମରାମତି ପାଈଁ ପ୍ରେସ କ୍ଲୁବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ଦୃଷ୍ଟି ଆକର୍ଷଣ କରିଥିଲେ lସେହିପରି ପୋଲିସ ଏସ.ଡ଼ି ପି ଓ ମହେନ୍ଦ୍ର ନାଥ ମୁର୍ମୁ ମଧ୍ୟ ରାସ୍ତା ମରାମତି ନେଇ ପୂର୍ତ୍ତ ବିଭାଗ କତୃପକ୍ଷ ଙ୍କ ସହ ଆଲୋଚନା କରିଥିଲେ lଫଳରେପୂର୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଏହାକୁ ଗୁରୁତର ସହ ଗ୍ରହଣ କରି କୃଷି ବିଭାଗ ଠାରୁ ଜଗନାଥ ମନ୍ଦିର ଯାଏ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିଥିବାରୁ ସହରବାସୀ ଖୁସି ବ୍ୟକ୍ତ କରିବା ସଂଗେ ପୂର୍ତ୍ତ ବିଭାଗ କତୃପକ୍ଷ ଙ୍କୁ କୃତଜ୍ଞତା ଜଣାଇଛନ୍ତି l ସେହିପରି ପ୍ରେସ କ୍ଲୁବ ସଭାପତି ମଧ୍ୟ ପୂର୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ. ସାମନ୍ତରାୟ ଙ୍କୁ ଧନ୍ୟବାଦ ଜଣାଇଵା ସହ ଆଗାମୀ ଦିନରେ ସହଯୋଗ କାମନା କରିଛନ୍ତି l ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ. ସାମନ୍ତରାୟ ଙ୍କ କାର୍ଯ୍ୟ ଦକ୍ଷତା, ଆନ୍ତରିକତା, ଓ ଉଦ୍ୟମ ଜୋଂଗୁଁମାତ୍ର ୨ /୩ ଦିନ ମଧ୍ୟରେ ଏହା ସମ୍ବବ ହୋଇପାରଛି l

Leave A Reply

Your email address will not be published.