xmas

ବାବୁସାନ ଓ ପ୍ରକୃତି ଦୁହେଁ ଏକାଠି ରହୁଥିଲେ; ଜନ୍ମଦିନରେ ଗିଫ୍ଟ ଦେଇଥିଲେ

ଓଲିଉଡ୍ ସୁପରଷ୍ଟାର ବାବୁସାନ ମହାନ୍ତି ଏବଂ ତାଙ୍କ ପତ୍ନୀ ତୃପ୍ତିଙ୍କ ବୈବାହିକ ସମ୍ପର୍କରେ ଝଡ଼ ସୃଷ୍ଟି ହୋଇଛି। ବାବୁସାନ ଓଲିଉଡ୍ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ସମ୍ପର୍କରେ ଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ପ୍ରକୃତି ମିଶ୍ର ଙ୍କ ଜନ୍ମଦିନ ବି ଝାମେଲା ହେଇଥିଲା, ବହୁତ୍ ପାଟି ହେଇଥିଲା, ବାବୁସାନ୍ ଓ ପ୍ରକୃତି ଦୁହେଁ ବର୍ଷେ ହେଳା ଏକାଠି ରହୁ ଥିଲେ ବୋଲି ତୃପ୍ତି ଅଭିଯୋଗ କରିଛନ୍ତି। ଏପରିକି ଦୁହିଁଙ୍କ ସମ୍ପର୍କ ବହୁତ୍ ଆଗକୁ ବଢ଼ି ଯାଇଛି, ତାକୁ ରୋକି ହେବନି ଆଉ ତୁମେ ଥାନା ର ଆଶ୍ରୟ ନିଅ ବୋଲି ଖୋଦ୍ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର କହିଥିଲେ ବୋଲି ତୃପ୍ତି ଅଭିଯୋଗ କରିଛନ୍ତି। ଏଥିସହିତ ପ୍ରକୃତି ବାବୁସାନ୍ କୁ ଭଲ ପାଉଛନ୍ତି ବୋଲି କହିଥିବା ତୃପ୍ତି କହିଛନ୍ତି। ତୃପ୍ତି ଏବେ ନିଜ ବାପା ମା ଙ୍କ ପାଖରେ ରହୁଛନ୍ତି। ବାବୁସାନ୍ ଏବେ ଚେନ୍ନାଇ ଯାଇଛନ୍ତି ଏପଟେ ସାରା ରାଇଜରେ ତ୍ରି କୋନୀୟ ପ୍ରେମ କୁ ନେଇ ହଟ ଚମଟ ସୃଷ୍ଟି ହୋଇଛି।
ବାବୁସାନ୍ ଓ ପ୍ରକୃତି ଙ୍କ ସହ ସମ୍ପର୍କ ରହିଛି। ଦୁହେଁ ଏକାଠି ରହୁଥିଲେ। ଆଜି ସକାଳେ ତୃପ୍ତି ବାବୁସାନ୍ ଙ୍କୁ ପ୍ରକୃତୀଙ୍କ ସହ ଦେଖିଥିଲେ, କାହିଁକି ଘରକୁ ଆସୁନ ବୋଲି ପଚାରିବାରୁ ଦୁହିଁଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା। ଝଗଡା ହୋଇଥିଲା। ୨୩ତାରିଖରେ ଦୁହିଁଙ୍କ ସମ୍ପର୍କ ଥିବା ଜାଣିଥିଲି। ଏପରିକି ପ୍ରକୃତି ଙ୍କ ଜନ୍ମ ଦିନ ବାବୁସାନ୍ ତାଂକୁ ଗିଫ୍ଟ ମଧ୍ୟ ଦେଇଥିଲେ। ଗର୍ଭବତୀ ର ଦୁଇଦିନ ପରେ ଏସବୁ କାରନାମା ବାବୁସାନ୍ ଙ୍କ ର ଜଣା ପଡିଥିଲା। ଜନ୍ମଦିନ ବି ଝଗଡା ହୋଇଥିଲା। ହେଲେ ଆଜି ର ଗଣ୍ଡଗୋଳ ଷ୍ଟାର ଦମ୍ପତି ଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହେଇଥିବା ଝଡ଼ ହାଟ ରେ ପଡ଼ି ଦାଣ୍ଡରେ ଗଡୁଛି।

ବାବୁସାନ୍ ଓ ପ୍ରକୃତି ଦୁହେଁ ସତ୍ୟ ନଗର ରେ ରହୁଥିଲେ। ସେପ୍ଟେମ୍ବର ରୁ ସେମାନଙ୍କ ବିଷୟରେ ଜାଣିଛି। ଏପରିକି ମନ୍ମଥ ଅଙ୍କଲ ବି ସବୁ ଜାଣିଛନ୍ତି। ଏକ ଆପାର୍ଟମେଣ୍ଟ ରେ ଦୁହେଁ ଥିଲେ, ବୋଲି ତୃପ୍ତି କହିଛନ୍ତି।

ଘଟଣାଟି ଶନିବାର ସକାଳ ପ୍ରାୟ ୮ଟା ସମୟରେ ଭୁବନେଶ୍ଵରର ସତ୍ୟନଗର ଅଞ୍ଚଳରେ ଘଟିଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର କହିଛନ୍ତି। ଏଥିସହ ଘଟଣା ବାବଦରେ ପ୍ରକୃତି ଆହୁରି କହିଛନ୍ତି ଯେ, ସେ ଏବଂ ବାବୁସାନ ତାଙ୍କ ଆଗାମୀ ଫିଲ୍ମର ପ୍ରମୋସନ ପାଇଁ ଶନିବାର ସକାଳେ ଚେନ୍ନାଇ ଯିବାର ଥିଲା। ତେଣୁ ଏୟାରପୋର୍ଟ ଯିବା ପାଇଁ ବାବୁସାନ ତାଙ୍କୁ ନେବାକୁ ଆସିଥିଲେ। ସେମାନେ ଗୋଟିଏ କାର୍‌ରେ ଏୟାରପୋର୍ଟ ଅଭିମୁଖେ ଯାଉଥିବା ବେଳେ ବାବୁସାନଙ୍କ ପତ୍ନୀ ତୃପ୍ତି ଏବଂ ତୃପ୍ତିଙ୍କ ବାପା କିଛି ଗୁଣ୍ଡାଙ୍କୁ ଆଣି ତାଙ୍କ ଉପରେ ଆକ୍ରମଣ କରିଥିଲେ। ତୃପ୍ତି ବାବୁସାନଙ୍କୁ ଭିଡ଼ି ଓଟରା କରିବା ସହ ପ୍ରକୃତିଙ୍କୁ ବାରମ୍ବାର ଆକ୍ରମଣ କରିଥିବା ପ୍ରକୃତି ଅଭିଯୋଗ କରିଛନ୍ତି।

ଏହି ଘଟଣା ପରେ ପ୍ରକୃତିଙ୍କ ବାପା ମାଆ ଖାରବେଳ ନଗର ଥାନାକୁ ଆସି ତୃପ୍ତି ଏବଂ ତାଙ୍କ ବାପାଙ୍କ ନାଁରେ ମାମଲା ରୁଜୁ କରିଥିବା ସୂଚନା ମିଳିଛି।
ଅନ୍ୟପକ୍ଷେ ଘଟଣାକୁ ନେଇ ଅଭିନେତା ବାବୁସାନ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ପ୍ରକୃତି ମୋର ଜଣେ ଭଲ ବନ୍ଧୁ। ଫିଲ୍ମର ପ୍ରମୋସନ ଲାଗି ଚେନ୍ନାଇ ଯିବାକୁ ମୁଁ ଆଜି ସକାଳେ ପ୍ରକୃତିଙ୍କୁ ନେଇ ଏୟାରପୋର୍ଟ ଯାଉଥିଲି। ହେଲେ ଏହି ସମୟରେ ମୋ ପତ୍ନୀ ଏବଂ ଶ୍ଵଶୁର ଆସି ପ୍ରକୃତିଙ୍କ ସହ ଖରାପ ବ୍ୟବହାର କଲେ, ଯାହା ଆଦୌ ଭଲ କଥା ନୁହେଁ।”

ବାବୁସାନ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରେ। ତେଣୁ ଅନେକ ଅଭିନେତ୍ରୀଙ୍କ ସହ ମତେ ମିଶିବାକୁ ପଡ଼େ। ହେଲେ ମୋ ପତ୍ନୀ ଏ ଇଣ୍ଡଷ୍ଟ୍ରିର ନୁହଁନ୍ତି। ତେଣୁ ତାଙ୍କୁ ମୋ ପେଶା ବିଷୟରେ ବୁଝିବାକୁ ହେବ।”

ଏହି ଘଟଣା ପରେ ବାବୁସାନ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କିଛିଦିନ ହେବ ସମ୍ପର୍କ ଠିକ୍‌ ନ ଥିଲା ବୋଲି ଚର୍ଚ୍ଚା ହେଉଛି। ଏମିତିକି ବାବୁସାନ ନିଜ ପତ୍ନୀଙ୍କ ସହ ରହୁ ନଥିବା କୁହାଯାଉଛି।

Leave A Reply

Your email address will not be published.