xmas

ଦୁଇ ବାଇକ୍ ମୁହାଁ ମୁହିଁ ଦୁର୍ଘଟଣା ରେ ଦୁଇ ମୃତ ଓ ଦୁଇ ଗୁରୁତର ଆହତ


ମାଲକାନଗିରି:- ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମ୍.ଭି-37 ଗ୍ରାମ ନିକଟରେ ଏକ ମର୍ମଦୁନ୍ତ ସଡକ ଦୃଘଟଣା ଘଟିଛି। ଦୁଇ ମଟର ସାଇକେଲ ମୁହାଁମୁହିଁ ହୋଇ ଏହି ଅଭାବନୀୟ ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ 2ଜଣଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିବା ବେଳେ 2ଜଣଙ୍କ ଅବସ୍ଥା ଅତି ଗୃତର ରହିଛି। ମୃତକ 2ଜଣ ହେଲେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଆର ଏ ସି-16 ଗ୍ରାମର ସାଧୁରାମ ଖରା ଏବଂ କରୁକୋଣ୍ଡା ବ୍ଲକ ଅନ୍ତ୍ରଗତ ଦମୁ ଖେମୁଣ୍ଡୁ ।ଗୁରୁତର ମାନେ ହେଲେ ଆର ଏ ସି-16ର ପର୍ଶୁରାମ ଖରା, ତାରଲକୋଟା ଗ୍ରାମର କୁଶ ଖିଲ। ଆର୍ ଏ ସି -16 ଗ୍ରାମରୁ ମାଲକାନଗିରି ଆସି ଏକ ମଟର ସାଇକେଲ କିଣି ଘରକୁ ଫେରୁ ଥିବା ସମୟରେ ଅପରପଟୁ ତାରଲାକଟା ଗ୍ରାମର ଦୁଇଜଣ କ୍ଷୀପ୍ରଗତିରେ ଆସି ମୁହଁ ମୁହିଁ ବାଡେଇ ହୋଇ ଥିଲେ। ଘଟଣା ସ୍ଥଳରେ 2ଜଣକ ମୃତ୍ୟୁ ହୋଇଥିବା ବେଳେ ।ସ୍ଥାନୀୟ ଲୋକେ ଏବଂ ପଥ ଚାରି ମାନେ ଆମ୍ବୁଲାନ୍ସ କୁ ଡାକି ସଦର ଡାକ୍ତର ଖାନାରେ ଭର୍ତି କରିଛନ୍ତି। ଆହତ ଦୁଇଜଣ ଙ୍କ ଅବସ୍ଥା ଅତି ଗୁରୁତର ରହିଛି ବୋଲି ଡାକ୍ତର କହିଛନ୍ତି।

Leave A Reply

Your email address will not be published.