xmas

ପୂର୍ବତନ ବିଧାୟକ ଙ୍କ କତ।ମେଟରୁ ଆଶ୍ରମ।ବିଦ୍ୟାଳୟ ପରିଦର୍ଶନ,ସ୍କୁଲ ମରାମତି ନେଇ ପ୍ରକଳ୍ପ ପ୍ରଶାସକ ଙ୍କ ସହ କଲେ ଆଲୋଚନା

ମାଲକାନଗିରି : ଶିକ୍ଷା ର ବିକାଶପାଇଁ ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ପ୍ରଣୟନ କରୁଛନ୍ତି ।ଆଦିବାସୀ ଛାତ୍ର ଛାତ୍ରୀଙ୍କ ପାଇଁ ମାଗଣା ଖାଦ୍ୟ,ପାଠ୍ୟ ପୁସ୍ତକ,ସ୍କୁଲ ୟୁନିଫର୍ମ ଆଦି ସରକାର ଯୋଗାଇ ଦିଆଯ। ଉ ଛି ।
ମାଟାପାକା ଜି.ପି କତାମାଟେରୁ ସରକାରୀ ସେବା ଆଶ୍ରମ ବିଦ୍ୟାଳୟ ର ପରିଦର୍ଶନ କରିଲେ ବରିଷ୍ଠ ବିଜେଡି ନେତା ପୁର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ମାଡକାମି | ବିଦ୍ୟାଳୟ ପରିଦର୍ଶନ ରେ ଦେଖିବା କୁ ପାଇଲେ ଯେ ବିଦ୍ୟାଳୟ ର ଅନେକଟି କୋଠରୀ ର ଛାତରୁ ପାଣି ଗଳୁଛି, ସୋଲାର ମଧ୍ୟମ ରେ ବିଦ୍ୟୁତ ଯୋଗା ହୋଉଥିବା ବେବସ୍ଥା ଖରାପ ଅଛି ଏବଂ ପିଇବା ପାଣି ର ଅସୁବିଧା ଥିବା ନେଇ ସେ ତୁରନ୍ତ ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକ ତ୍ରିନାଥ ମାଝୀ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ସମସ୍ୟା ଗୁଡିକ ଜଣାଇଥିଲେ,ଏବଂ ଶ୍ରୀ ତ୍ରିନାଥ ମାଝୀ ସାତ ଦିନ ଭିତରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଳି କହିଥିଲେ |ଏହି ଅବସରେ ପୂର୍ବତନ ବ୍ଲକ ସଭାପତି ସର୍ବ କୁମାର ବିଶୋଇ, ପ୍ରଭାକୋର ହନ୍ତାଳ ପ୍ରମୁଖ ଉପସ୍ତିତ ଥିଲେ |

Leave A Reply

Your email address will not be published.