xmas

ଭୁଲିଗଲା ଓଡିଶା

ଓଡିଶାର ଆଉ ଜଣେ ବ୍ୟକ୍ତି ମଧ୍ୟ ହୋଇଥିଲେ ରାଷ୍ଟ୍ରପତି। ସେ ହେଉଛନ୍ତି ଭି.ଭି ଗିରି ବା ଭାରାହାଗିରି ଭେଙ୍କଟା ଗିରି। ସେ ୧୦ ଅଗଷ୍ଟ ୧୮୯୪ ମସିହାରେ ଓଡିଶାର ବ୍ରହ୍ମପୁରର ଏକ ତେଲୁଗୁ ଭାଷାଭାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସେହିଠାରେ ସେ ସ୍କୁଲ ଶିକ୍ଷା ସହିତ ଖଲିକୋଟ କଲେଜରୁ ଗ୍ରାଜୁଏସନ କରିଥିଲେ।

ତାଙ୍କର ପିତା ଭି.ଭି ଜୋଗାୟାପାଣ୍ଟୁଲୁ ବ୍ରହ୍ମପୁରର ଜଣେ ବିଶିଷ୍ଟ ଆଇନଜୀବୀ ହୋଇଥିବା ବେଳେ ମାତା ସୁଭଦ୍ରାମା ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଫଳରେ ଭି ଭି ଗିରିଙ୍କୁ ଖୁବ୍ କମ୍ ବୟସରେ ରାଜନୀତି କରିବାର ସୁଯୋଗ ମିଳିଥିଲା। କେବଳ ସେ ନୁହଁନ୍ତି ତାଙ୍କ ସାନ ଭଉଣୀ ଆଦ୍ରୁତି ଲକ୍ଷ୍ମୀବାଇ ମଧ୍ୟ ରାଜନୀତିରେ ପ୍ରବେଶ କରି ୧୯୪୬ ରୁ ୧୯୫୨ ପର୍ଯ୍ୟନ୍ତ ଓଡିଶା ବିଧାନସଭାର ପ୍ରଥମ ମହିଳା ଉପବାଚସ୍ପତି ହୋଇଥିଲେ।
ଗିରି ୨୮ ଜୁନ ୧୯୮୦ ମସିହାରେ ପରଲୋକ ଗମନ କରିଥିଲେ। ହେଲେ ସେ ଓଡିଶା ତଥା ଭାରତ ଇତିହାସରେ ଜଣେ ବିରଳ ବ୍ୟକ୍ତିତ୍ବ ଭାବେ ପରିଗଣିତ ହୋଇ ଆସୁଛନ୍ତି। ତାଙ୍କର ଜନ୍ମସ୍ଥାନ ବ୍ରହ୍ମପୁରରେ ତାଙ୍କର ବାସସ୍ଥାନ ରହିଛି। ହେଲେ ତାହାକୁ ତାଙ୍କ ପରିବାର ସ୍କୁଲକୁ ଦାନ କରିଦେଇଥିଲେ।

ଯାହା ବର୍ତ୍ତମାନ ବ୍ରହ୍ମପୁରରେ ‘ଗିରିରୋଡ ବାଳିକା ସ୍କୁଲ’ ଭାବେ ପରିଚାଳିତ। ସେହିପରି ତାଙ୍କ ନାମରେ ଏକ ବଜାର ମଧ୍ୟ ରହିଛି ଯାହା ଗିରି ମାର୍କେଟ ଭାବେ ପରିଚିତ। ହେଲେ ଦୁଃଖର କଥା ତାଙ୍କର ପ୍ରତିମୂର୍ତ୍ତିଟିଏ ତାଙ୍କ ଜନ୍ମସ୍ଥାନ କିମ୍ବା ରାଜଧାନୀରେ ମଧ୍ୟ ନାହିଁ। ଏପରିକି ତାଙ୍କର ଜୟନ୍ତି ମଧ୍ୟ କେହି କେବେ କେହି ପାଳନ କରୁ ନାହିଁ। ତାଙ୍କର ଓଡିଶାରେ ଜନ୍ମ, ଓଡିଶାରେ ପାଠପଢା, ଓଡିଶାର ଘର ହୋଇଥିଲେ ମଧ୍ୟ ତାଙ୍କୁ ଓଡିଶାର କହିବାକୁ ଅନେକ କୁଣ୍ଠାବୋଧ ମଧ୍ୟ କରୁଛନ୍ତି।

Leave A Reply

Your email address will not be published.