xmas

ସ୍ବାମୀଙ୍କୁ ଶିକୁଳିରେ ବାନ୍ଧି ରଖ

ଓଲିଉଡ୍‌ ଅଭିନେତା ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ବିବାଦ ଥମିବାର ନାଁ ଧରୁନି। ଉଭୟ ପରିବାରର ଜଣଙ୍କ ପରେ ଜଣେ ସଦସ୍ୟ ଏନେଇ ପ୍ରତିକ୍ରିୟା ରଖୁଛନ୍ତି। ତେବେ ପ୍ରକୃତି ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି କାଲି ତାଙ୍କ ସହ ଘଟିଥିବା ଘଟଣାକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, କାଲି ମୋ ସହ ଯାହା ଘଟିଲା ତାହା ଲଜ୍ଜାଜନକ। ମୁଁ ସାହାଯ୍ୟ ମାଗୁଥିଲି କିନ୍ତୁ ଲୋକେ ସେଲଫି ଉଠାଉଥିଲେ। ଆମେ କିଭଳି ସମାଜରେ ରହୁଛେ ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି। ମୋତେ ରିଲ ଲାଇଫ ହିରୋଇନରୁ ରିଅଲ ଲାଇଫ ହିରୋଇନ କରିଦେଲେ। ଘରଭଙ୍ଗା ବୋଲି ମୋତେ କହୁଛନ୍ତି। ହେଲେ କେହି କାହାଘର ଭାଙ୍ଗିପାରେନା। ଏହା ପୂର୍ବରୁ ଭାଙ୍ଗିଯାଇଛି। ଯଦି ବାବୁସାନ କାମ କରିବା ଭଲ ଲାଗୁନି ତେବେ ତାଙ୍କ ବେକରେ ଶିକୁଳି ବାନ୍ଧି ଘରେ ରଖିଦିଅ। ବାହାରକୁ କାଇଁ ଛାଡୁଛ। ଜଣେ ଝିଅକୁ ଟଣାଓଟରା କରି ଅପମାନିତ କରି କଣ ଲାଭ ମିଳିଲା । ମୁଁ କେବେ ଭାଙ୍ଗିପଡିବିନି, ଆଗକୁ ବଢି ଚାଲିଯିବି। ମୁଁ ଆଗକୁ ଆହୁରି ଭଲ କରିବି। ନାଁ କମାଇବି। ମୋତେ ସର୍ବସାଧାରଣରେ ଆକ୍ରମଣ କରିଥିବାରୁ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଯେତେ ଭାଙ୍ଗିକି ପକେଇଲେ ବି ମୁଁ ଯୋଡି ହେଇ ଆଗକୁ ଯିବି । କେହି ମୋତେ ରୋକିପାରିବେ ନାହିଁ । ଜୟ ଜଗନ୍ନାଥ ।
ସୂଚନାଯୋଗ୍ୟ, ଶନିବାର ବାବୁସାନଙ୍କ ସ୍ତ୍ରୀ ତୃପ୍ତି ବାବୁସାନ ଏବଂ ତାଙ୍କ କଥିତ ବାନ୍ଧବୀ ପ୍ରକୃତି ମିଶ୍ରଙ୍କୁ ଏକାସାଙ୍ଗରେ ଗାଡିରେ ଯାଉଥିବା ବେଳେ ଅଟକାଇଥିଲେ। ସେ ପ୍ରକୃତିଙ୍କ ଉପରକୁ ସର୍ବସାଧାରଣରେ ଆକ୍ରମଣ ମଧ୍ୟ କରିଥିଲେ। ଏହି ସମୟର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ପ୍ରକୃତିଙ୍କ ବାପା-ମା’ ଖାରବେଳନଗର ଥାନାରେ ତୃପ୍ତିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସେହିପରି ତୃପ୍ତି ମଧ୍ୟ ଶାଶୁ ଅପରାଜିତା ମହାନ୍ତିଙ୍କ ସହ ଥାନାରେ ପ୍ରକୃତିଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ।

Leave A Reply

Your email address will not be published.