ଓଡିଶାର ଗର୍ବ ଗୌରବ ତଥା ମୟୂରଭଞ୍ଜ ମାଟିର ସୁକନ୍ୟା, ଆଦିବାସୀ ମହିଳା ଦେଶର ୧୫ ତମ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ସ୍ଵତନ୍ତ୍ର ଭାବେ ବାରିପଦା ସ୍ଥିତ ଶ୍ରୀ ଶ୍ରୀ ବୁଢାରାହୁଲେଶ୍ୱର ମହାଦେବ ଶିବ ମନ୍ଦିରରେ ବଲାଙ୍ଗୀ ମହୋତ୍ସଵ କମିଟି ବାରିପଦା,ମୟୂରଭଞ୍ଜ ତରଫରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ଦୀର୍ଘାୟୁ ଓ କୁସୁମିତ ଚଲାପଥ କାମନା କରି ପୂଜାର୍ଚ୍ଚନା କରାଯାଇଛି।ଏହି କାର୍ଯ୍ୟକ୍ରମଟି ବଲାଙ୍ଗୀ ମହୋତ୍ସଵ କମିଟି ବାରିପଦା ର ପ୍ରତିଷ୍ଠାତା ସମ୍ପାଦକ ଶରତଚନ୍ଦ୍ର ନାୟକ ଙ୍କ ତତ୍ୱାବଧାନରେ ହୋଇଥିବା ବେଳେ କାର୍ଯ୍ୟକ୍ରମ ରେ ଉଦୟନାଥ ଜେନା, ଗୋଲକ ମହାନ୍ତି, ସତ୍ୟ ନାରାୟଣ ସାହୁ,ବିଜୟ ଦାଶ,ଲିଙ୍ଗରାଜ ମିଶ୍ର, ଦୀପକ ନାୟକ,ସଂଜୀବ କୁମାର ରଣଜିତ,ପ୍ରମୁଖ ଙ୍କ ସହିତ ମନ୍ଦିରର ପୂଜକ ଉପସ୍ଥିତ ଥିଲେ।
