ବରଗଡ ― ଜର୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ପକ୍ଷରୁ ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ କୁଲିଆରି ଡ୍ୟାମ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି।ସ୍ଥାନୀୟ ନୂଆଗଡ କ୍ରୀଡା ସଂସଦ ଓ ସରପଞ୍ଚ ଙ୍କ ମିଳିତ ସହଯୋଗ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କୁଲିଆରି ଡ୍ୟାମ କୁ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ରେ ପରିଣତ କରିବା ଉଦ୍ଦେଶ୍ୟ ରେ ଏଠାରେ ବୃକ୍ଷ ରୋପଣ କରାଯାଇଛି। ଏହାଦ୍ବାରା ଜନ ସାଧାରଣ ଙ୍କ ସାମାଜିକ ବନୀକରଣ ଉପରେ ଆଗ୍ରହ ବଢିବା ସହ ଶୀତ କାଳ ରେ ଜନ ସାଧାରଣ ଏଠାରେ ବଣ ଭୋଜି କରିବାକୁ ପସନ୍ଦ କରିବେ । ଏହି ଅବସରରେ ସରପଞ୍ଚ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ଉଦ୍ୟମ ରେ ଏଠାରେ ଏକ ପାର୍କ ର ସ୍ଥାପନ ପାଇଁ ପ୍ରସ୍ତାବ ସରକାର ଙ୍କ ପାଖକୁ ଯାଇଥିବା ର ସୂଚନା ଦେଇଥିଲେ। ଏହା ସହ ନୂଆଗଡ଼ ରାଜାରାଜୁଡା ସମୟରେ ଏକ ଐତିହାସିକ ଗଡ଼ ଥିଲା ଓ ଏହି ଗଡ଼ ଠାରେ ପୂଜା ପାଉଥିବା ଲେହେନୀଶ୍ବରୀ ଦେବୀ ପୀଠ ପାଚେରୀ ନିର୍ମାଣ ହେଲେ ଏହି ପୀଠ ସୁରକ୍ଷିତ ରହି ପାରିବ ବୋଲି କହିବି ସହ ପାଚେରୀ ନିର୍ମାଣ ପାଇଁ ଉଦ୍ୟମ କରିବେ ବୋଲି ଗ୍ରାମବାସୀ ଓ ସାମ୍ବାଦିକ ମାନେ ପୀଠ ବୁଲି ଦେଖିବା ସମୟରେ କହିଛନ୍ତି । ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଂଘ ର ସଭାପତି ରବି ପଣ୍ଡା ଙ୍କ ତତ୍ବାବଧାନ ରେ ଓ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ୟୁନିୟନ ଅଫ୍ ଜର୍ଣାଲିଷ୍ଟ (ଓୟୁଜେ) ର ସଂଗଠନ ସମ୍ପାଦକ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ଦୁର୍ବାସା ପ୍ରଧାନ, ନୂଆଗଡ କ୍ରୀଡା ସଂସଦ ର ସଭାପତି ସତ୍ୟରାମ ଖମାରୀ,ସମ୍ପାଦକ ରମାଞ୍ଚଲ୍ ଖମାରୀ, ସଦସ୍ୟ ମନସୀ ପାତ୍ର,ଆନନ୍ଦ ସାହୁ, କିଶୋର ଖମାରୀ, ଅଶ୍ଵିନୀ ସାହୁ,ତ୍ରିଲୋଚନ ଖମାରୀ, ରିଙ୍କୁ ସାହୁ, ପ୍ରଶାନ୍ତ ଖମାରୀ, ଦାଶରଥି ସାହୁ,ମିନିଷ୍ଟର ବାରିକ, ବିଜୟ ପ୍ରଧାନ, ମନ୍ତ୍ରୀ ପ୍ରଧାନ,ଦାଶରଥି ସାହୁ ସମେତ ସଂଘ ର ସମସ୍ତ ୧୨ ଟି ବ୍ଲକ୍ ର ସଦସ୍ୟମାନେ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ଆଗାମୀ ଅଗଷ୍ଟ ମାସ ୧୫ ତାରିଖ ମଧ୍ୟରେ ଆହୁରି ଅନେକ ସ୍ଥଳରେ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
