xmas

ସୁରକ୍ଷା ବଳୟରେ ଗଞ୍ଜେଇ ବେପାର ସରକାରୀ ଭାଙ୍ଗ ଦୋକାନ ମାଧ୍ୟମ ୧୨ଦୋକାନ, ୩୦କର୍ମଚାରୀ ନିୟୋଜିତ ଜମୁଛି ନିଶାଖୋର ଙ୍କ ଆସର, ଆନ୍ତଃରାଜ୍ୟ ଚାଲାଣ

ଓଡ଼ିଶା ନିଶା ବେପାରୀଙ୍କ ନିଶା କାରବାର ର ହବ୍ ପାଲଟିଛି। ନିଶା କାରବାର ବ୍ୟାଧି ରୂପେ ପରିଣତ ହୋଇଛି। ନେପାଳ, ବାଂଲାଦେଶ ରୁ ବ୍ରାଉନ ସୁଗର ଡ୍ରଗସ ଓଡ଼ିଶାକୁ ଯୋଜନାବଦ୍ଧ ଭାବେ ଚାଲାଣ ହେଉଛି। ପଶ୍ଚିମ ଓ ଦକ୍ଷିଣ ଓଡିଶା ର ଗଞ୍ଜେଇ ଆନ୍ତଃରାଜ୍ୟ ଚାଲାଣ ହେଉଛି। ବିଶେଷକରି ନିଶା ମାଫିଆ ଙ୍କ ପାଇଁ ଭୁବନେଶ୍ବର ସେଫ ଜୋନ ପାଲଟିଛି। ଫଳରେ ଭୁବନେଶ୍ବର, ଖୋର୍ଦ୍ଧା, ଜଟଣୀ, କଟକ ଓ ଏହାର ଉପକଣ୍ଠ ଇଲାକା ନିଶା କାରବାର ର ପେଣ୍ଠସ୍ଥଳୀ ପାଲଟିଛି। ସବୁଠୁଁ ଗୁରୁତ୍ୱପୂର୍ଣ୍ଣ ଯେ ସରକାରୀ ଭାଙ୍ଗ ଦୋକାନର ଖୁଲମଖୁଲା ଗଞ୍ଜେଇ ବ୍ରାଉନ ସୁଗର୍ ବେପାର ବେଧଡକ ଚାଲିଛି। ନିଶା ହାଟ ପୋଲିସ୍ ଷ୍ଟେସନ୍ ଭଳି ସମ୍ବେଦ ନ ଇଲାକାରେ ଏକ ପ୍ରକାର ସୁରକ୍ଷା ବଳୟରେ ଚାଲିଛି। ଯାହା ପୋଲିସ୍ ଓ ଅବକାରୀ ବିଭାଗ ର ନିଶା ବିରୋଧୀ ଅଭିଯାନ ଓ ସଚେତନତା ସହ କାର୍ଯ୍ୟାନୁଷ୍ଠାନର ପାରିବା ପଣିଆ କୁ ପଦା ରେ ପକାଇଦେଇଛି।
ଭୁବନେଶ୍ବର ରେ ନିଶା ରାକ୍ଷସ ନିଜର ପଞ୍ଝା ମେଲାଇଛି। ପଂଝରେ ଛାତ୍ର ଯୁବପିଢୀ ଙ୍କ ଠାରୁ ଆରମ୍ଭ କରି ଦିନମଜୁରି ଆ ଯାଏଁ ସମସ୍ତେ ପଡ଼ି ସର୍ବସ୍ବ ହରାଇବା ସହ ନାନାଦି ଅଭାବନୀୟ ଅପରାଧ ଘଟାଉଛନ୍ତି। ନିଶାଖୋର, ଅପରାଧୀ ମାନେ ରକ୍ତ ମୁଖା ହୋଇ ଛାତି ଥରା ଓ ଲୋମ ହର୍ଷଣ ଅପରାଧ ଘଟାଇ ସାମାଜିକ ବ୍ୟବସ୍ଥା କୁ ଦୋହଲାଇ ଦେଇଥିବା ବେଳେ ଖୋଦ୍ ସରକାରୀ ଭାଙ୍ଗଦୋକାନରେ ଗଞ୍ଜେଇ ର ଅବାଧ କାରବାର ସ୍ଥିତି କୁ ବିପନ୍ନ କରି ପକାଇଛି। ଏସବୁ ବିଷ ବେପାର ଥାନା ପାଖରେ, ଭେଣ୍ଡିଂଜୋନରେ, ବସଷ୍ଟାଣ୍ଡ ସହ ଫାଣ୍ଡି ନିକଟରେ, ଘରୋଇ ରେଡ଼ିଓ ଷ୍ଟେସନ ସନ୍ନିକଟ ରେ, ଓଭରବ୍ରିଜ୍ ତଳେ ଆଦି ସୁରକ୍ଷା ଓ ସୁରକ୍ଷିତ ସ୍ଥାନରେ ଚାଲିଛି। ଏସବୁ ଜାଗାରେ କେବିନ୍ ପଡ଼ିଛି। ଯାହାକୁ ସାଧାରଣ ରେ ପଟ୍ଟା କୁହାଯାଉଛି। ପଟ୍ଟା ପାଖରେ ଆଉ ତିନ ଚାରୋଟି କେବିନ୍ ରହୁଛି। ସେଥିରେ ବିଷ ଗଞ୍ଜେଇ ମହଜୁଦ ରହୁଛି। ପଟ୍ଟା ପାଇଁ କର୍ମଚାରୀ ନିଯୁକ୍ତି ହୋଇଛନ୍ତି। ଆଠ ଘଣ୍ଟା କର୍ତ୍ତବ୍ୟ କରୁଛନ୍ତି। ସକାଳୁ ଦୋକାନ (ଗଞ୍ଜେଇ ପଟ୍ଟା) ଖୋଲୁଛି। କର୍ମଚାରୀଦୋକାନ ପାଖ ଝାଡ଼ୁ ରେ ସଫା ସୁତୁରା କରି ପାଣି ଛିଞ୍ଚି ପୂଜାପାଠ କରି ବିଷ ବେପାର ଆରମ୍ଭ କରନ୍ତି। ଦୋକାନ ଖୋଲିବା ପୂର୍ବରୁ ଗ୍ରାହକ ବା ନିଶାଖୋର ଅପେକ୍ଷା କରି ଥାଆନ୍ତି। କେବିନ୍ ଭିତର ବଡ଼ ଵିଚିତ୍ର। ଦିନତମାମ ବିଜୁଳି ଆଲୁଅ ଜଳୁଥିବ, ବସିବାକୁ ଆସ୍ଥାନ ରହିଛି, ଦଣ୍ଡିପାଲା ଅର୍ଥାତ ସୁନା ଦୋକାନରେ ଯେମିତିକି ଦଣ୍ଡି ସେଭଳି ପିତଳ ର ରହିଛି, ବ ଟ କ ରା ବି ଅଛି, ଗଞ୍ଜେଇ ଓଜନ ପରେ ପୁଡିଆ ପାଇଁ କଟ ପିସ କାଗଜ ସାଇ ତା ହୋଇ ରହିଛି, କର୍ମଚାରୀ ଚେକା ମାଲି କରି ବସିବା ପରେ ଗଞ୍ଜେଇ ଓଜନ କରି ଗ୍ରାହକଙ୍କୁ ଦିଆଯାଉଛି। କେବିନ୍ ପଟା ରେ ସରକାରୀ ଭାଙ୍ଗ ଦୋକାନ ଲେଖାଯାଇଛି। ଏମିତିକି ଆର୍ଥିକ ବର୍ଷ ବି ଉଲ୍ଲେଖ କରାଯାଇଛି। ଯେମିତି ନିଶାଖୋର ଙ୍କୁ ଡର ରହି ବନି। ଏଥି ସହ ସରକାରୀ ଦୋକାନ ବୋଲି ପ୍ରତିପାଦି ତ ହେଉଛି। ଏଭଳି ସରକାରି ବିଷ ଦୋକାନ ଭୁବନେଶ୍ବର ଓ ଏହାର ଉପକଣ୍ଠ ରେ ପ୍ରାୟ ଦଶ ରୁ ଅଧିକ ରହିଛି। ସକାଳ ଛଅ ରୁ ରାତି ନ ଟା କେଉଁଦିନ ଦଶଟା ଯାଏଁ ଖୋଲୁଛି ଓ ନିଶା ବେପାର ବେଧଡକ ଚାଲିଛି।
ଭୁବନେଶ୍ବର ପୁରୁଣା ବସ ଷ୍ଟାଣ୍ଡ ରେ ରହିଛି ଏକ ବିଷ ଦୋକାନ। ବହୁତ୍ ଦିନରୁ ଚାଲି ଆସିଛି। ସରକାରି ଭାଙ୍ଗ ଦୋକାନ କେବିନ୍ ଥିଲା, ବେଧଡକ ବେପାର ଚାଲୁ ଥିଲା, ନିଶା ଖୋର ଙ୍କ ଆସର ଜମୁଥିଲା ଏବେ ବି ଜମୁଛି ଆଉ ଚଉଦିଗ ବାସନାରେ ମହକୁଛି, ବିଷ ଦୋକାନ କୁ ଭେଣ୍ଡିଂ ଜୋନ ମିଳି ଯାଇଛି, ଭେଣ୍ଡିଂ ଜୋନ ରେ ବିଷ ଦୋକାନ ଖୋଲିଛି, ଭାଙ୍ଗ ବଦଳରେ ଗଞ୍ଜେଇ ବେପାର ଚାଲିଛି। ସେହିପରି ଖାରବେଲ ନଗର ଥାନା ଅନ୍ତର୍ଗତ ଏକ ଘରୋଇ ରେଡ଼ିଓ ଷ୍ଟେସନ ପାଖରେ ବିଷଦୋକାନ ଖୋଲିଛି, କେବେଠାରୁ ଚାଲୁଅଛି, ଯାହାକି ସର୍ବପୁରାତନ ପଟ୍ଟା ବୋଲି କୁହାଯାଉଛି। ଏଥିସହ ମଞ୍ଚେଶ୍ୱର ଥାନା ଆଗରେ ଏକ ବିଷ ଦୋକାନ ପଟ୍ଟା ରହିଛି। ପୋଲିସ୍ ସୁରକ୍ଷା ରେ ବିଷ ବେପାର ଚାଲିଛି। ପୁରୁଣା ଷ୍ଟେସନ ବଜାର। ଲକ୍ଷ୍ମୀନଗର , ବରମୁଣ୍ଡା ବସଷ୍ଟାଣ୍ଡ ପାଖ, ଲିଙ୍ଗରାଜ ଥାନା ଅଞ୍ଚଳ ସହ ବାଲିଅନ୍ତା ବାଲିପାଟଣା ରେ ବି ସରକାରୀ ଭାଙ୍ଗ ଦୋକାନରେ ଗଞ୍ଜେଇ ବେପାର ଚାଲିଛି। ପୁରା ସୁଚିନ୍ତିତ ଯୋଜନାବଦ୍ଧ ଭାବେ ଚାଲିଛି। ପୋଲିସ୍ ସବୁ ଜାଣିଛି। ସହର ସାରା ଓ ଉପକଣ୍ଠରେ ଥିବ ପଟ୍ଟା ର ମାଲିକ ଜଣେ। ପ୍ରତି ପଟ୍ଟା ରେ ଦୁଇ ତିନି ଜଣ କର୍ମଚାରୀ କର୍ତ୍ତବ୍ୟ କରୁଛନ୍ତି। ଦରମା ନେଉଛନ୍ତି ଆଉ ବିଷ ବିକୁ ଛନ୍ତି। ସରକାରୀ ଭାଙ୍ଗ ଦୋକାନ କେବିନ୍ ର ବାହାନା ରେ କାର୍ଯ୍ୟାନୁଷ୍ଠାନ କରେନି ଏବଂ ମାଲିକ ଙ୍କ ଠାରୁ ମାସିକିଆ ଖର୍ଚ୍ଚ ନେଇଥାନ୍ତି ବୋଲି ଖୋଦ୍ ପଟ୍ଟା କର୍ମଚାରୀ କୁହନ୍ତି। ଆମେ ବିକିବା ଲୋକ, ପୋଲିସ୍ ଓ ଫୋଲିସେ କଥା ଆମେ କିଛି କହି ପାରିବୁନି। ଆମକୁ ପ୍ରତି ଦିନ ଓଜନ କରି ଗଞ୍ଜେଇ ଦିଆଯାଏ ସେହି ଅନୁସାରେ ବିକ୍ରି କରୁ ବୋଲି କୁହନ୍ତି ପଟ୍ଟା କର୍ମଚାରୀ। ଏହା ଭିତର କିଛି କର୍ମଚାରୀ ଙ୍କ ଦେହାନ୍ତ ହୋଇ ଗଲାଣି। ସେମାନଙ୍କ ଦେହାନ୍ତ ର କାରଣ ଆଉ ପରିବାର ସ୍ଥିତି ଅତ୍ୟନ୍ତ ଦୁଃଖଦାୟକ ଯାହା ଅବର୍ଣିୟ। କର୍ମଚାରୀ ଙ୍କ ମୃତ୍ୟୁ ପରେ ବି କିଛି ଅନୁକମ୍ପା ସହାୟତା ମିଳେ ନାହିଁ ବୋଲି ଅଭିଯୋଗ ହେଉଛି। ପଟ୍ଟା ରେ ଗଞ୍ଜେଇ ବେପାର ଅବକାରୀ ବବୁ ଜାଣନ୍ତି, ପଟ୍ଟା କୁ ଆସନ୍ତି, ହାତ ଗୁଞ୍ଜ। ସହ ଆପ୍ୟାୟିତ ହୋଇଥାନ୍ତି, ପୋଲିସ୍ ବି ସବୁ ଜାଣି ନ ଜାଣି ଲା ଭଳି ହାତ ଚିକନ୍ କରିଥାନ୍ତି। କିଛି ନିଶା ପ୍ରକୃତି ର ପୋଲିସ୍ ବି ପଟ୍ଟା ସହ ଉତ୍ତମ ସମ୍ପର୍କ ରଖି ଥାଆନ୍ତି। ଦରକାର୍ ପଡ଼ିଲେ ଯୋଜନା କରି କିଛି କର୍ମଚାରୀ ଙ୍କୁ ଗଞ୍ଜେଇ ସହ ଧରି ପୋଲିସ ଓ ଅବକାରୀବାହାବା ନେଇଥାନ୍ତି ଏପରିକି ପଟ୍ଟା ଚଳାଉଥିବା ବ୍ୟକ୍ତି ଙ୍କୁ ପରୋକ୍ଷ ରେ ସାହାଯ୍ୟ କରି ଥାଆନ୍ତି, ଯେମିତି କେହି ନ ଜାଣିବେ। ହେଲେ ସମସ୍ତେ ଜାଣି ଥାଆନ୍ତି ହେଲେ ପରିସ୍ଥିତି ଦେଖି ମୁହଁ ଖୋଲିବାକୁ ସାହାସ କରିପାରନ୍ତି ନାହିଁ। ଏଣେ ଲୋଭ ତାପରେ ଭୟ। ସବୁ ଯୋଜନା ମୁତାବକ ଚାଲିଛି। ପଟ୍ଟା ମାଧ୍ୟମ ରେ ସରକାର ଏକ ପ୍ରକାର ଗଞ୍ଜେଇ ବେପାର କରୁଥିବା ବେଳେ ପୋଲିସ୍ ଓ ଅବକାରୀ ସୁରକ୍ଷା ଏହାକୁ ନୀତି ଦିନିଆ ବିଷ ବଜାର ରେ ପରିଣତ କରିଦେଇଛି।
ପଟ୍ଟା ରେ ଗଞ୍ଜେଇ ବେପାର ସାଙ୍ଗକୁ ଯେଉଁ କର୍ମଚାରୀ ପଟ୍ଟା ଛାଡ଼ି ଦେଇଛି ସେ ବି ସହର ର ନମ୍ବର ୱାନ ବେପରିଭାବେ ବିଷ ବେପାର ବୁଲି ବୁଲି ଚଳାଇଛି। ବିଭିନ୍ନ ପାନ ଚା ଦୋକାନ ଠାରୁ ଆରମ୍ଭ କରି ପରିବା ବେପାରୀ, ପଇଡ଼ ବେପାରୀ ଆଦି ମାନଙ୍କ ପାଖରେ ଗଂଜେଇ ଅନବରତ ମିଳୁଛି। କେତେକ ସାପ୍ତାହିକ, ମାସିକ ଡେଲିଭେରୀ ମଧ୍ୟ ଦେଉଛନ୍ତି। ମୋଟାମୋଟି ଭାବେ ଗଞ୍ଜେଇ ଭୁବନେଶ୍ବର ର ସବୁ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ ମିଳୁଛି। ଓଡିଶା ଗଞ୍ଜେଇ ବିଶେଷକରି ଭୁବନେଶ୍ବରରୁ ମଧ୍ୟ ଆନ୍ତଃରାଜ୍ୟ କୁ ଚାଲାଣ କରାଯାଉଛି। ଅଣ ଓଡ଼ିଆ ଯୁବକ ମାନେ ଏହି ଗଞ୍ଜେଇ କାରବାର ରେ ସାମିଲ ହୋଇଛନ୍ତି। କିଛି ପୁରୁଖା ଓ ପେଶାଦାର ଅପରାଧୀ ଗଞ୍ଜେଇ ବେପାର ରେ ସାମିଲ ହୋଇ କାରବାରକୁ ସୁଦୂର ପ୍ରସାରି କରିଥିବାରୁ ନିୟନ୍ତ୍ରଣ କରିବା କଷ୍ଟକର ବ୍ୟାପାର ବୋଲି ଚର୍ଚ୍ଚା ହେଉଛି। ନିଶା ବେପାର ସାଙ୍ଗକୁ ନିଶାଖୋର ଙ୍କ ଆସର ଜମୁଛି। ବେଧଡକ ନିଶା ବେପାର ସବୁ ସୀମା ସରହଦ ଟପି ଗଲାଣି। ପୋଲିସ୍ ନିଜେ ସୁରକ୍ଷା ଦେଉଥିବା ବେଳେ ମାଫିଆ ବେପାର କୁ ସୁଦୂର ପ୍ରସାରି କରିବାରେ ସଂଜୀବନୀ ପାଉଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.