xmas

ବାଲିଦର ବୃଦ୍ଧି ପ୍ରତିବାଦରେ ଟ୍ରାକ୍ଟର ସଂଘ ର ରା଼ଲ୍ଲୀ ଓ ବିକ୍ଷୋଭ

ଫୁଲବାଣୀ -25/07
ପ୍ରଶାସନ ବାଲି ଉପରେ ମାତ୍ରାଧିକ ପେନାଲିଟି ପକାଇବା ନିଷ୍ପତି ର ପ୍ରତିବାଦ କରି ସୋମବାର ଶତାଧିକ ଟ୍ରାକ୍ଟର ମଲିକ କୃଷିବିଭାଗ ଛକ ରୂ ଏକ ରା଼ଲ୍ଲୀ ରେ ବାହାରି ମୂଖ୍ୟ ରାସ୍ତା ଦେଇ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l

କନ୍ଧମାଳ ଜିଲ୍ଲାରେ ବାଲିର ଦର ବୃଦ୍ଧି ପାଇଁ ପ୍ରଶାସନ ପଦକ୍ଷେପ ନେଉଥିବାରୁ ଦୀର୍ଘଏକ ମାସ ଧରି ଟ୍ରାକ୍ଟର ସବୁ ବନ୍ଦ ରହିଛି।ଫଳରେ ଘର ନିର୍ମାଣ କରୁଥିବା ଲୋକେ, ଠିକା କାମ କରୁଥିବା ଠିକାଦାର ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l
ପ୍ରଶାସନ ବାଲି ପରିବହନ ବୃଦ୍ଧି ନିଷ୍ପତ୍ତି ପୂର୍ବରୁ କୌଣସି ଠିକାଦାର, ଟ୍ରାକ୍ଟର ମାଲିକ କିମ୍ବା ନିର୍ମାଣ ଠିକାଦାର ଙ୍କ ମତାମତ ନ ନେଇ ପ୍ରଶାସନ ଏକଛତ୍ରବାଦ ଭାବେ ନିଷ୍ପତ୍ତି ନେଇ ଥିବା ଅଭିଯୋଗ କରିଛି ସଙ୍ଘ । ପଟୁବାଲିକୁ ମହାନଦୀ ଵାଲୀ ର ମାନ୍ୟତା ନଦେବାକୁ ସଙ୍ଘ ଦାବିକରିଛି l ପେନାଲିଟି ବଦଳରେ ରୟାଲିଟି ଦେବାକୁ କହୁଛି ସଙ୍ଘ l
ପେନାଲଟି ପଡିଲେ ଵାଲୀ ଟ୍ରାକ୍ଟର ଲୋଡ ବର୍ତମାନ ୧୧ଶହ ଥିବାବେଳେ ଏହା ୨୬ ଶହ ଟଙ୍କା କୁ ବୃଦ୍ଧିପାଇବl ଯାହାକି ଲୋକଙ୍କୁ ବାଧିବ ବୋଲି ସଙ୍ଘ ଉପଦେଷ୍ଟା ଅଶୋକ ପରିଡ଼ା କହିଛନ୍ତି l
ଏଣୁ ସରକାର ଓ ଜିଲ୍ଲାପ୍ରଶାସନ ଦାବୀ ର ବିଚାର କରିବା ଲାଗି ସଂମ୍ପାଦକ ଅମରେନ୍ଦ୍ର ପଟ୍ଟନାୟକ କହିଛନ୍ତି l

Leave A Reply

Your email address will not be published.