xmas

୧୫ ତମ ରାଷ୍ଟ୍ରପତି ଙ୍କ ପାଇଁ ୧୫ ନିମ୍ବ ଚାରା।

ରାଷ୍ଟ୍ରପତି ଙ୍କ ଶପଥ ପାଠ ଦିନ ନିମ୍ବ ଚାରା ରୋପଣ କରି ଅଭିନନ୍ଦନ ଜଣାଇଲା ନିମ ପରିବାର।

ବାରିପଦା ସହର ପୂର୍ଣଚନ୍ଦ୍ରପୁର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କ୍ଷେତ୍ରପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସହ ନିମ ପରିବାରର ସଦସ୍ୟମାନେ ଦେଶର ୧୫ ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ସମ୍ମାନ ଜଣାଇ ତାଙ୍କର ଶପଥପାଠ ଦିନ ସ୍କୁଲ ପରିସର ରେ ୧୫ ଟି ନିମ୍ବ ଚାରା ରୋପଣ କରିଛନ୍ତି। ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ସାରା ଜିଲ୍ଲାରେ ଆନନ୍ଦ ଉଲ୍ଲାସ ଖେଳି ଯାଇଥିବା ବେଳେ ନିମ ପରିବାରର ସଦସ୍ୟ ମାନେ ଅଭିନଵ ଉପାୟରେ ତାଙ୍କ ନାଁରେ ୧୫ ଟି ନିମ୍ବ ଚାରା ରୋପଣ କରି ଅଭିନନ୍ଦନ ଜଣାଇଛନ୍ତି।ଏହି କାର୍ଯ୍ୟକ୍ରମରେ ଉଭୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀଙ୍କ ଗହଣରେ ନିମ ପରିବାରର ସମ୍ପାଦକ ବିମ୍ବାଧର ସାହୁ,ସୋମନାଥ ସିଂହ, ଅଜିତ କବାଟ,ଉତ୍ତମ ମହାକୁଡ଼, ହର୍ଷ ଖଣ୍ଡେଲୱାଲ, ସଞ୍ଜୟ ସିଂହ, ଋଷି ନାଏକ, ସରୋଜ କୁମାର ସାବତ, ବିନୋଦ ରାମ,ବିଜୟ ଲଷ୍ମୀ ନାୟକ,ତଥା ଅଭିଷେକ ଯାଦବ ଉପସ୍ଥିତ ରହି ଚାରା ରୋପଣ କରିଥିଲେ ।

Leave A Reply

Your email address will not be published.