xmas

“ଗାନ୍ଧୀ ସେବା ରତ୍ନ ଆୱାର୍ଡ ୨୦୨୨’ ରେ ସଂମ୍ମାନୀତ ହେଲେ ଡ଼ ନିରୋଜ କୁମାର ପୋଥାଳ

ଭୋପାଳ (ମଧ୍ୟପ୍ରଦେଶ ) ର ହୋଟେଲ ଆର.କେ. ରେଗେନ୍ସି ଠାରେ ସର୍ବଭାରତୀୟ ସ୍ତରରେ ୱାକ ପିପୂଲ୍ କାଉନସିଲ ପକ୍ଷ ରୁ ଏକ ବିଶାଳ ସମ୍ମାନଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମୁମ୍ବାଇ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ହାସ୍ୟ ଅଭିନେତା ଡ଼ ରାଜପାଲ ଯାଦବ, ସମ୍ମାନନୀୟ ଅତିଥି ଭାବେ ଡ଼ ସୌରଭ ପାଣ୍ଡେ, ୱାକ ପିପୁଲ୍ କାଉନସିଲ ର ପ୍ରତିଷ୍ଠାତା ସଭାପତି ଡ଼ ବିଜୟ ବଜାଜ ଓ ଡ଼ ଜ୍ୟୋତି ବଜାଜ ଙ୍କ ସହିତ ବହୁ ବିଶିଷ୍ଟ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ଏହି ଉତ୍ସବ ରେ ଭାରତ ର ବିଭିନ୍ନ ଅଞ୍ଚଳ ରୁ ବିଶିଷ୍ଟ ସମାଜସେବୀ ମାନଙ୍କୁ ଆମନ୍ତ୍ରଣ କରାଯାଇ ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ସେହିଭଳି ଓଡ଼ିଶା ର ବିଶିଷ୍ଟ ସମାଜସେବୀ ଭାବରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ର ଡ଼ ନିରୋଜ କୁମାର ପୋଥାଳ ଙ୍କୁ ସମାଜ ସେବା ଓ ରକ୍ତଦାନ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ମନୋନିତ କରାଯାଇ “ଗାନ୍ଧୀ ସେବା ରତ୍ନ ଆୱାର୍ଡ଼ ୨୦୨୨’ ପ୍ରଦାନ କରାଯାଇଛି ।
ଡ଼ ନିରୋଜ ଏହି ଆୱାର୍ଡ଼ ପାଇବା ପରେ ବିଭିନ୍ନ ମହଲ ରୁ ତାଙ୍କୁ ପ୍ରଶଂସା ର ସୁଅ ଛୁଟିଛି। ଏହି ସମ୍ମାନ ପାଇ ଡ଼ ନିରୋଜ ୱାକ ପିପୁଲ୍
କାଉନସିଲ ର ପ୍ରତିଷ୍ଠାତା ଡ଼ ବିଜୟ ବଜାଜ ଙ୍କୁ ଧନ୍ୟବାଦ୍ ଜଣାଇବା ସହ ଏହି ସମ୍ମାନ ତାଙ୍କୁ ଆହୁରି ସମାଜସେବା କାର୍ଯ୍ୟ କରିବା ପାଇଁ ପ୍ରେରଣା ପ୍ରଦାନ କରିବ ବୋଲି ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.