xmas

ମୋଟୁ ବନ୍ୟା ରେ ଜିଲାପାଳ ଙ୍କ କାର୍ଯ୍ୟଦକ୍ଷତା କୁ ନେଇ ଓକିଲ ସଂଘ ତରଫରୁ ସମ୍ବର୍ଦ୍ଧନା

ମାଲକାନଗିରି,୨୬/୦୭ ମାଲକାନଗିରି ଜିଲ୍ଲା ରେ ଲଗାଣ ବର୍ଷା ଯୋଗୁଁ ମୋଟୁ ତହସିଲ ଅଂଚଳର ବହୁ ଗ୍ରାମ ରେ ପାଣି ପଶିବା ଓ ସୀମାନ୍ତ ରାଜ୍ୟ କୁ ଯାତାୟତ ବନ୍ଦ ଯୋଗୁ ଶହ ଶହ ଗାଡି ଅଟକି ରହିଥିଲା।ଏହି ଦୁର୍ବିସହ ପରିସ୍ଥିତି ରେ ମାଲକାନଗିରି ଜିଲାପାଳ ବିଶାଳ ସିଂ ସାହସର ସହ ପ୍ରଶାସନିକ ଅଧିକାରୀ ଙ୍କୁ ଧରି ଯେଉଁ ଭାବରେ ସାହାଯ୍ୟ କରିବା ସହ ଜିରୋ କାଜୁଆଳିଟି ହେଲା।ସେଥିପାଇଁ ଜିଲ୍ଲାପାଳଙ୍କୁ ଆଜି ତାଙ୍କ କଯ୍ୟାଳୟ ରେ ପୁଷ୍ପ ଗୁଛ ଦେଇ ସଂମାନିତ କରାଯାଇଛି।ଜିଲାପାଳ ଙ୍କ ଜିଲା ପ୍ରତି ଏତେ ଦରଦ ଓ ସହାନୁଭୂତି ସହ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଉନ୍ନତି କରଣ କଯ୍ୟକ୍ରମ କୁ ମଧ୍ୟ ଓକିଲ ସଂଘ ପ୍ରଶଂସା କରିଛି। ଏଥି ସହ ଜିଲାପାଳ ଙ୍କ ସହ ସଦା ସର୍ବଦା ଓକିଲ ସଂଘ ଅଛି ବୋଲି ସଙ୍ଘର ସମ୍ପାଦକ ନୃସିଂହ ଚରଣ ମହାନ୍ତି କହିଛନ୍ତି। ଓକିଲ ସଂଘ ର ସଭାପତି ପ୍ରକାଶ ମହାନ୍ତି ପୁଷ୍ପ ଗୁଛ ଦେଇ ଜିଲାପାଳ ଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଏହି ଅବସରରେ ଓକିଲ ସଂଘର ସଭାପତି ପ୍ରକାଶ ମହାନ୍ତି,ଉପ ସଭାପତି ରଞ୍ଜିତ ସାନ।,ସମ୍ପାଦକ ନୃସିଂହ ମହାନ୍ତି,ସହ ସମ୍ପାଦକ ରାଜେଶ ପଟନାୟକ, ଆଇନି ଜୀବୀ ପତିତପାବନ ବୈଦ୍ୟ ଓ ଜୟନ୍ତ ସରକାର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.