xmas

ବିଜେଡି ର ୨୫ ବର୍ଷପୂର୍ତ୍ତି ଅବସରରେ ବୃକ୍ଷ ରୋପଣ

ଫୁଲବାଣୀ 26/07 ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସର୍ତ୍ତାଗୁଡା ସ୍ଥିତ ବୃଦ୍ଧାଶ୍ରମ ଠାରେ ବିଜୁ ଛାତ୍ର ଜନତା ଦଳ ସଭାପତି ଶ ସୁନିଲ ସେଠୀ ଓ ଯୁବ ଜନତା ଦଳର ସଭାପତି ବିଷ୍ଣୁ ମଲ୍ଲିକ,ନଗର ଯୁବ ସଭାପତି ପାର୍ଥ ବିଶ୍ୱାଳ ଙ୍କ ନେତୃତ୍ୱରେ ୨୫ ଟି ବିଭିନ୍ନ କିସମ ର ବୃକ୍ଷରୋପଣ କରାଯାଇଛି l ସେହିପରି କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପ୍ରତ୍ୟେକ ପଂଚାୟତରେ ମଧ୍ୟ ଏଭଳି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରହିବବୋଲି ଜିଲା ବିଜେଡି ସଭାପତି ସରୋଜ କର୍ଣ କହିଛନ୍ତି l ଗୋଟିଏ ଗଛ ଗୋଟିଏ ଜୀବନ।ଏଣୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ବ୍ୟାପକ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଥିବା ସଭାପତି କର୍ଣ୍ଣ କହିଛନ୍ତି lବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲା ସଭାପତି ସରୋଜ କର୍ଣ,ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥୀ ଭାବେ ଜିଲା ମହିଳା ସଭାନେତ୍ରୀ ଶ୍ରୀମତୀ ପୁନମ କଁହର,ମୁନିସିପାଲିଟି ବିଧାୟକ ପ୍ରତିନିଧି ବିକ୍ରମ ବେହେରା,ୱାର୍ଡ ମେମ୍ବର ରାଜେନ୍ଦ୍ର ପାଢ଼ୀ, ମାଧବୀ ମିଶ୍ର, ମୃତ୍ୟୁଞ୍ଜୟ ପେରା, ମମତା କଁହର, ନଗର ସଭାପତି ସୁଧୀର କଁହର,ଜିଲ୍ଲା ଯୁବ ଉପସଭାପତି ରବୀନ୍ଦ୍ର ଷଡ଼ଙ୍ଗୀ,ଜୟ ବେହେରା, ସୁମିତ ସାଗର ସାମନ୍ତରାୟ,ଅନୁପ କୁମାର,ଜିଲ୍ଲା ଛାତ୍ର ଉପସଭାପତି ଦେବାଶିଷ ବେହେରା,ବ୍ଲକ ସଭାପତି ମିଥୁନ ଦେହୁରୀ, ବିରଜା,ବିରୂପାକ୍ଷ୍ୟ ପଣ୍ଡା,ପ୍ରଭାକର ଦିଗାଲ, ରିକା, ରାମକୃଷ୍ଣ କଁହର, ସଂଗ୍ରାମ ବେହେରା, ନମିତା ବେହେରା, ଚିନ୍ତାମଣି ଦାସ,ଓ ଗୀତାଞ୍ଜଳି ବେହେରାପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରିବାସହ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲେ l

Leave A Reply

Your email address will not be published.