xmas

ବାଉଁଶୁନି ଥାନା ଅଂଚଳରେ କଡ଼ା କଡି ପେଟ୍ରୋଲଲିଙ୍କ କରିବାକୁ ଦାବି।

ବୌଦ୍ଧ: ବୌଦ୍ଧ ଜିଲ୍ଲା ସଦର ବୌଦ୍ଧ ବ୍ଲକ ର ବାଉଁଶୁଣି ଥାନା ବାଉଁଶୁଣୀ ଦେଇ ମୁଖତଃ ୫୭ ନମ୍ୱର ଜାତୀୟ ରାଜପଥ ଯାଇଥିବା ବେଳେ ଅନ୍ୟପଟେ ଶଗଡା ଠାରୁ ଗୁନ୍ଦୁଲିଆ ରାସ୍ତାଦେଇ ବାଉଁଶୁନୀ ଠାରେ ସଂଯୋଗ ହୋଇଥିବା ବେଳେ ରାସ୍ତାରେ ଆଲୋକିକରଣ ବ୍ୟବସ୍ଥା ନଥିବାରୁ ଦିନକୁ ଦିନ ଚୋରି ଡକାୟତି ସହ ଲୁଟ୍ ପାତ ମାମଲା ବଢ଼ିବାରେ ଲାଗିଛି।ଅନ୍ୟପଟେ ଗଞ୍ଜେଇ ଚୋରା ଚାଲାଣ ମୁଖ୍ୟତଃ ଉକ୍ତ ରାସ୍ତା ମାନଙ୍କରେ ଅତ୍ୟଧିକ ପରିମାଣରେ ହେଉଥିବାରୁ ବାହାର ଦେଶରୁ ଲୋକଙ୍କ ଗମନା ଗମନ ବଢ଼ିବାରେ ଲାଗିଛି।ଯାହା ଦ୍ଵାରା ସାଧାରଣ ଜନତା ହଇରାଣ ରେ ପଡ଼ୁଥିବା ଅଭିଯୋଗ ହେଉଛି।ମୁଖ୍ୟ ରାସ୍ତା ମାନଙ୍କରେ ମଦୁଆ ଆଡ୍ଡା ଜମାଇଛନ୍ତି।ରାତିରେ ଉକ୍ତ ଅଂଚଳରେ ଲୋକେ ନିଜକୁ ସୁରକ୍ଷିତ ମଣୁ ନଥିବା ମଧ୍ୟ ପ୍ରକାଶ କରିଛନ୍ତି।ତେଣୁ ଉକ୍ତ ଅଂଚଳରେ ପୋଲିସ ପେଟ୍ରୋଲଲିଙ୍କ୍ କଡ଼ା କୁଡ଼ି କରିବାକୁ ଜନସାଧାରଣ ଦାବି କରିଛନ୍ତି।

Leave A Reply

Your email address will not be published.