xmas

ଜିଲ୍ଲା ପରିଷଦ ଅଧ୍ୟକ୍ଷା ଛଅଟି ପଞ୍ଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ ସହ ସମସ୍ୟା ବୁଝିଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମ।ରି ଟ।ଙ୍ଗୁଲ ଅଚାନକ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା କିପରି କାର୍ଯ୍ୟକାରୀ କରୁଛନ୍ତି ଏବଂ ପ୍ରକୃତ ରେ ହିତାଧିକାରୀ ମାନେ ଏହି ଯୋଜନା ଅନ୍ତର୍ଗତ ଲାଭ ଉଠାଇ ପାରୁଛନ୍ତି କି ନାହିଁ ଏହାର ତଦାରଖ ପାଇଁ କ୍ଷେତ୍ର ପରିଦର୍ଶନ କରିଥିଲେ।ଚାଲାଣ ଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟ,ଚାଲାଣ ଗୁଡ଼ା ସ୍ତିତ ହାଇ ସ୍କୁଲ, ଟିଟିବେରି ଆଶ୍ରମ ବିଦ୍ୟାଳୟ,ଆକାର ପଲ୍ଲୀ,ମାଟ।ପକା, କତାମେଟରୁ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ର ଛାତ୍ରୀ ଙ୍କ ସମସ୍ୟା ସଂପର୍କ ରେ ପଚାରି ବୁଝିଥିଲେ ସେହି ଅଞ୍ଚଳ ରେ ଉନ୍ନୟନ ମୂଳକ କାର୍ଯ୍ୟ ରାସ୍ତା ନିର୍ମାଣ ଆଦି କାର୍ଯ୍ୟ ଗୁଡ଼ିକ ର ତଦାରଖ କରିଥିଲେ। ପରେ ଶିଖ ପାଲି, ଗୋର।ଖୁଣ୍ଟା ଆଦି ପଞ୍ଚାୟତ ର ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ ।ସରକାର ଙ୍କ ଜନ କଲ୍ୟାଣ ଯୋଜନା,ବିଜୁ ସ୍ବାସ୍ଥ୍ୟ ଯୋଜନା,ମୋ କୁଡିଆ,ମଧୁବାବୁ ପେନସନ,ବୃକ୍ଷ ରୋପଣ,ନରେଗା, କ୍ଷେତ୍ର ପୋଖୋରି,ବିଜୁ ପକ୍କା ଘର,ବିଜୁ କେବିକେ ଆଦି ଯୋଜନା କାର୍ଯ୍ୟ ଗୁଡ଼ିକ ର ତଦାରଖ କରିବା ସହ ହିତାଧିକାରୀ ମାନେ ଏହି ଯୋଜନା ଗୁଡ଼ିକ ର ଲାଭ ଉଠାଇବା ପାଇଁ ସଚେତନ କରିବା ସହ ବୁଝାଇଥିଲେ। ଏବଂ ଗ୍ରାମବାସମାନଙ୍କ ସହ ମିଶି ସେମାନଙ୍କ ସମସ୍ୟା ସଂପର୍କ ରେ ପଚାରି ବୁଝିଥିଲେ ।ଏହି ଅବସରରେ ମାଲକାନଗିରି ବ୍ଲକ୍ ଅଧ୍ୟକ୍ଷା ଗୌରୀ ପୋଡିଆମୀ,ଚାଷୀ ସଂଘ ଠନ ସଭାପତି ସୁବାସ ବାନାର୍ଜୀ,ପ୍ରଫୁଲ୍ଲ ପଣ୍ଡା,ଜିଲ୍ଲା ପରିଷଦ ସଭ୍ୟ ମୁକ୍କା ମାଡ଼କାମି,ଚାଲାଣ ଗୁଡ଼ା ସରପଂଚ ଅରକ୍ଷିତ ନାୟକ, ବିଜେଡି କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.