xmas

ପ୍ରେସିଡେନ୍ସିଆଲ ଅନରରେ ଓଡିଆ ପୁଅ। ମହାମହିମଙ୍କୁ ଦେଲେ ଗାର୍ଡ ଅଫ୍ ଅନର।

ସୋମବାରଦିନ ଯେଉଁ ସମୟରେ ରାଷ୍ଟ୍ରପତି ଭବନରେ ପ୍ରେଡିସେନ୍ସିଆଲ ଅନର ଚାଲିଥିଲା ସେ ସମୟରେ ହୁଏତ କମାଣ୍ଡ ଦେଉଥିବା ଏହି ବ୍ୟକ୍ତିଙ୍କୁ କେହି ଧ୍ୟାନ କରିନଥିବେ । ସମ୍ମୁଖ ଭାଗରେ ରହି କମାଣ୍ଡ ଦେଉଥିଲେ ଓଡିଆ ପୁଅ କର୍ଣ୍ଣେଲ ଷ୍ଟାଲିନ ମହାନ୍ତି । ସେହିଭଳି ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଯେେତେବେଳେ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା ସେ ସମୟରେ ମୁର୍ମୁଙ୍କ ଗାଡିରେ ଥିଲେ ଷ୍ଟାଲିନ ମହାନ୍ତି । ଏବେ ଷ୍ଟାଲିନଙ୍କୁ ନେଇ ଚାଲିଆଡେ ଚର୍ଚ୍ଚା । ଷ୍ଟାଲିନ ମହାନ୍ତି ହେଉଛନ୍ତି ପଞ୍ଚଦଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାର୍ଡ ଅଫ ଅନର ସମୟର କମାଣ୍ଡିଂ ଅଫିସର । ପୁଅର ଏପରି କାର୍ଯ୍ୟ ପାଇଁ ପରିବାର ଲୋକେ ଗର୍ବ କରିବା ସହ ତାଙ୍କୁ ଦିଆଯାଇଥିବା ଦାୟିତ୍ୱ ସେ ସୁଚାରୁ ରୁପେ ତୁଲାଇପାରିବ ବୋଲି କହିଛନ୍ତି ଷ୍ଟାଲିନଙ୍କ ବାପା ଓ ମା’ ।

କଟକ ଜିଲ୍ଲା କଣ୍ଟାପଡା ଶଙ୍ଖୁଆ ଗାଁରେ ଷ୍ଟାଲିନ ମହାନ୍ତି ଘର । ସଂଯୋଗର କଥା ହେଲା, ରାଷ୍ଟ୍ରପତିଙ୍କ ଜନ୍ମ ମୟୁରଭଞ୍ଜରେ ହୋଇଥିବାବେଳେ ଷ୍ଟାଲିନଙ୍କ ସ୍କୁଲ ପାଠପଢା ବି ଉଦଳାରେ ହୋଇଛି ।

ପିଲାଟି ଦିନରୁ ଷ୍ଟାଲିନ ଜଣେ ମେଧାବୀ ଛାତ୍ର ଥିଲେ

-୧୯୯୩ରୁ ୨୦୦୦ ଯାଏଁ ଭୁବନେଶ୍ୱରର ସୈନିକ ସ୍କୁଲରେ ପାଠ ପଢିଥିଲେ

-ପ୍ରବେଶିକା ପରୀକ୍ଷାରେ ସେ ରାଜ୍ୟରେ ତୃତୀୟ ସ୍ଥାନରେ ଥିଲେ

– ୨୦୦୦ରୁ ୨୦୦୩ ଯାଏଁ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ସାମିଲ ହୋଇଥିଲେ

-୨୦୦୪ରେ ଇଣ୍ଡିଆନ ମିଲିଟାରୀ ଏକାଡେମୀରୁ ଉତୀର୍ଣ୍ଣ ହୋଇଥିଲେ ।

ମେଧାବୀ ଛାତ୍ର ଥିବାରୁ ଷ୍ଟାଲିନଙ୍କୁ ଏନଡିଏ ସହ ଅନେକ ଚାକିରୀରର ଅଫର ଆସିଥିଲା । କିନ୍ତୁ ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ସାମିଲ ହେବାକୁ ନିଷ୍ପତି ନେଇଥିଲେ । ଆଉ ଏହି ଦିନ ତାଙ୍କର ସବୁଠାରୁ ଖୁସିର ଦିନ ଥିଲା ବୋଲି ଷ୍ଟାଲିନଙ୍କ ବାପା କହିଛନ୍ତି । ପ୍ରକୃତରେ ଷ୍ଟାଲିନଙ୍କ ଦୁଇ ସମ୍ପର୍କୀୟ ଭାଇ ସୈନିକ ସ୍କୁଲର ଛାତ୍ର ଥିଲେ । ସେମାନେ ଛୁଟିହେଲେ ଘରକୁ ଯିବା ଆସିବା କରୁଥିଲେ । ଏହି ସମୟରେ ହିଁ ଷ୍ଟାଲିନ ସୈନିକ ସ୍କୁଲରେ ପଢିବା ପାଇଁ ମନ ବଳାଇଥିଲେ । ଆଉ ଏହି ଇଚ୍ଛାଶକ୍ତି ବଳରେ ଷ୍ଟାଲିନ ଆଜି ରାଷ୍ଟ୍ରପତିଙ୍କ ଗାର୍ଡ ଅଫ ଅନର ଭଳି ଗୁରୁଦାୟିତ୍ୱ ତୁଲାଉଛନ୍ତି ।

Leave A Reply

Your email address will not be published.