xmas

ନୂତନ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଙ୍କୁ ସ୍ବାଗତ ଅଭିନନ୍ଦନ ସଭା ଅନୁଷ୍ଟିତ

ମାଲକାନଗିରି

ମାଲକାନଗିରି ଜିଲ୍ଲା ଏମ. ଭି.୪ ଗ୍ରାମଠାରେ ସାନ୍ତାଳ ସମାଜ ବିକାଶ ପରିଷଦ ତରଫରୁ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୋପଦି ମୁର୍ମୁଙ୍କ ବିଜୟ ଏବଂ ଶପଥ ଗ୍ରହଣ ପରେ ତାଙ୍କ ଉଦେଶ୍ୟରେ ଏକ ସ୍ୱାଗତ ଅଭିନନ୍ଦନ ସଭା ଆୟୋଜିତ ହଇଛି । ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ବିଜେଡି ନେତା ତଥା ପୁର୍ବତନ ବିଧାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ମାଡକାମି ଯୋଗଦାନ କରିଥିଲେ | ଏହି ଅବସରରେ ସାନ୍ତାଳ ସମାଜ ବିକାଶ ପରିଷଦ ସଭାପତି. ବାବୁଲି ମୁର୍ମୁ,ସମ୍ପାଦକ. ଷ୍ଟେପିନ ହେମ୍ବ୍ରମ,ଉପଦେଷ୍ଟା. ଲାବନ ସୋରେନ,କେସିୟୌର. ଜି. ସୋରେନ, ଗ୍ରାମ ମୁଖ୍ୟା. ସୁନିଲ ମଣ୍ଡି ଓ ଏମ. ଭି.୪ ର ସମସ୍ତ ଗ୍ରାମ ବସି ଉପସ୍ତିତ ଥିଲେ | ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜଣେ ସାନ୍ତାଳ ଝିଅ ହୋଇଥିବା ବେଳେ ଆଜି ସେ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସମସ୍ତ ସାନ୍ତାଳ ସମାଜରେ ଖୁସିର ଲହରୀ ଖେଳିଯାଇଥିବା ସହ ସମସ୍ତେ ଆନନ୍ଦ ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.