xmas

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ବୃକ୍ଷ ରୋପଣ

ଫୁଲବାଣୀ 27/07 ଫୁଲବାଣୀ ବନ ଖଣ୍ଡ ଅଧୀନ ଘୁ.ଉଦୟଗିରି ରେଞ୍ଜ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ବିଦ୍ୟାଳୟର ପରିସରରେ ଆଜି ବନ ମହୋତ୍ସବ ପାଳନ କରାଯାଇଛି। ଏହି ଅବସରରେ ଘୁ. ଉଦୟଗିରି ବାନଞ୍ଚଳ ଅଧିକାରୀ ମିନାକ୍ଷୀ କୁମୂରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ ଓ ବୃକ୍ଷର ମହତ୍ତ୍ଵ ଓ ବନ ମହୋତ୍ସବର ମୂଳ ଉଦ୍ଦେଶ୍ୟ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ। ବିଦ୍ୟାଳୟ ବିଗତ ବର୍ଷମାନଙ୍କରେ ପ୍ରକୃତି ମିଟର ପୁରସ୍କାର ପାଇଥିବା ବିଷୟକୁ ନେଇ ପ୍ରଶଂସା କରିବା ସହିତ ପରିବେଶ, ଜଙ୍ଗଲ ଓ ବୃକ୍ଷ ରୋପଣକୁ ଗୁରୁତ୍ଵ ଦେବ ପାଇଁ ମଧ୍ୟ ମାର୍ଗ ଦର୍ଶନ ଦେଇଥିଲେ। ବିଦ୍ୟାଳୟର ପ୍ରତିଟି ଛାତ୍ର ଓ ଛାତ୍ରୀ ନିଜ ପାଇଁ ଏକ ବୃକ୍ଷ ରୋପଣ କରିବା ଯାହାର ଉଦାହରଣ ଆଗାମୀ ଭବିଷ୍ୟତ ପାଇଁ ଏକ ବିଶାଳ ଉଦାହରଣ ସୃଷ୍ଟି କରିବା ବୋଲି ନିଜର ଅଭିଭାଷଣ ରଖିଥିଲେ ବନାଞ୍ଚଳ ଅଧିକାରୀ ମିନାକ୍ଷୀ କୂମୁରା। ବିଦ୍ୟାଳୟର ପରିସରରେ ସମୁଦାୟ ୧୫୦ଟି ଗଛ ଲଗାଇବା ସହ ଯେଉଁ ଛାତ୍ର ଛାତ୍ରୀମାନେବୃକ୍ଷ ରୋପଣ କରିଛନ୍ତି ତାର ଯତ୍ନ ନେବl ଲାଗି ପରାମର୍ଶ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଘୁ. ଉଦୟଗିରି ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ, କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ଅବସର ପ୍ରାପ୍ତ ଶିକ୍ଷକ ତଥା ରାଷ୍ଟ୍ରପତି ପୁରସ୍କୃତ ବଳରାମ ସାହୁ, ବ୍ଲକ ଉପାଧ୍ୟକ୍ଷ ଏନ୍. ଲୁକ, ସରପଞ୍ଚ ବିଷ୍ଣୁଦେବ ପ୍ରଧାନ, ବରିଷ୍ଠ ସାମ୍ବାଦିକ ସମୀର କୁମାର ପଢ଼ି, ବନାଞ୍ଚଳ ଅଧିକାରୀ ମିନାକ୍ଷୀ କୁମୁରା, ପୂର୍ବତନ ପ୍ରଧାନ ଶିକ୍ଷକ ପଦାରବିନ୍ଦ ଆଚାର୍ଯ୍ୟ ଏବଂ ପ୍ରତିଷ୍ଠାତା ସଭ୍ୟ ବିଜୟ କୁମାର ନାୟକ, ଅଭିମନ୍ୟୁ ମଲ୍ଲିକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୋରାଳ ମଲ୍ଲିକ, ମୋ ସ୍କୁଲ୍ ଅଭିଯାନ ସଭାପତି ହୃଷିକେଶ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

Leave A Reply

Your email address will not be published.