xmas

ଲୋକଙ୍କ ସମସ୍ୟା ଶୁଣିଲେ, ପାହାଡ଼ ଚଢି କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲାପାଳ

ଫୁଲବାଣୀ -27/07 କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଦୁର୍ଗମ ତଥା ମାଓ ଅଧୁସିତ କୋଟଗଡ଼ ବ୍ଲକ ଅଂଚଳ ଗସ୍ତ କରି ସେଠାରେ ଜନ ଶୁଣାଣି କରି ସମସ୍ୟା ଶୁଣିବା ସହ ପାହାଡ଼ ଚଢି କ୍ଷେତ୍ର ପରିଦର୍ଶନ କଲେ l କେବଳ ଜିଲା ପାଳ ପାଟିଲ ଏକାନୂହନ୍ତି ପ୍ରକଳ୍ପ ନିର୍ଦେଶକ ବିଶ୍ୱରଂଜନ ନାୟକମଧ୍ୟ ସାଙ୍ଗରେ ଥିଲେ lଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦେଶକ ବ୍ଲକ ଅନ୍ତର୍ଗତ ଗୁଗୁରୁମାହା, ଶ୍ରୀରାମପୁର, ସୁବର୍ନ ଗିରି ଆଦି ପଂଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିବାସହ ଲୋକଙ୍କୁ ପଚାରି ବୁଝିଥିଲେ lବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ, ସହକାରୀଯନ୍ତ୍ରୀ ଇଁ ସୋରେନ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ l
ତେଵେ ଦୀର୍ଘ ବର୍ଷ ପରେ ଜିଲାପାଳ ଓପ୍ରକଳ୍ପ ନିର୍ଦେଶକ ଙ୍କ ଗାଁ ରେ ପାଦ ପଡିବା ଫଳରେ ଲୋକେ ଖୁସି ଅନୁଭବ କରିବାସହ ଜିଲା ପାଳ ହେବ ତ ଏମିତି ବୋଲି କେହି କେହି କହୁଥିବା ଶୁଣିବାକୁ ମିଳିଥିଲା l

Leave A Reply

Your email address will not be published.