xmas

ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ର ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ।

ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ଆଜି ବାରିପଦା ସ୍ଥିତ ଗାନ୍ଧୀ ପାର୍କରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହେମନ୍ତ ଦାସ ଙ୍କ ନେତୃତ୍ବରେ କଂଗ୍ରେସ ସଭାନେତ୍ରୀ ତଥା ଆମର ପ୍ରୀୟ ନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧିଙ୍କୁ ବାରମ୍ବାର ମୋଦି ସରକାର ର ଇଙ୍ଗିତରେ ଇ.ଡି. ସମନ କରି କଂଗ୍ରେସ ଦଳ କୁ ବଦନାମ କରିବା ସହିତ ଆକ୍ରୋଶ ମୂଳକ ଓ ଉଦ୍ଦେଶ୍ୟ ପ୍ରଣୋଦିତ ରାଜନୀତି କରିବା ବିରୁଦ୍ଧରେ ଦିବା ୧୦ ଘଣ୍ଟା ଠାରୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରାଯାଇଅଛି। କଂଗ୍ରେସ ସଭାନେତ୍ରୀ ଙ୍କୁ ହଟହଟା କରି କଂଗ୍ରେସ ଦଳ କୁ ଦୁର୍ବଳ କରିବା ପାଇଁ ମୋଦି ସରକାର ଯେଉଁ ହୀନ ଉଦ୍ୟମ କରୁଛନ୍ତି ତାହା ନିନ୍ଦନୀୟ ।
ଏହି ସତ୍ୟାଗ୍ରହ ରେ ପୂର୍ବତନ ଏମ୍.ପି. ଶୁଶିଳା ତିରିଆ, ବରିଷ୍ଠ କଂଗ୍ରେସ ନେତା ବିଜନ ଦାସ, ଅଶୋକ ଅଧିକାରୀ,ଭୂବନ ବିହାରୀ ସାହୁ, ଅରବିନ୍ଦ ଦାସ, ମହିଳା ସଭାନେତ୍ରୀ ସୁସ୍ମିତା ଘୋସାଲ, ନଗର କଂଗ୍ରେସ ସଭାପତି ଶାନ୍ତନୁ ପାଲ,ମାଇନରିଟି ସେଲ୍ ସଭାପତି ଶେଖ୍ ରକିମ, ଛାତ୍ର ସଭାପତି ମୋତି ପ୍ରକାଶ ଦାସ,ଓବିସି ସେଲ୍ ର ସ୍ବାଗନ ଦାସ, ଶିବାନନ୍ଦ ଦାସ, ନାରୀନେତ୍ରୀ ଇତିଶ୍ରୀ ମିଶ୍ର, ଶୁଭସ୍ମିତା ଦାସ, ରଶ୍ମିତା ମିଶ୍ର,ଇନ୍ଦୁମତି ନାଏକ, ଗୋସେଇଁ ମହାନ୍ତ, ଭବାନୀ ଶଙ୍କର ସାହୁ, କାର୍ତ୍ତିକ ମହାନ୍ତ, ଶେଖ୍ ରଫିକ, ଶେଖ ସଲିମ, ଅଖିଳ ନାଏକ, ଛୋଟରାୟ ନାଏକ,ଲାଲନ ସିହ୍ନା,ନଳୀନି ବିଶ୍ବାଳ,ନିର୍ମଳ ପ୍ରଧାନ, ତୃପ୍ତି ରାଣୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.