କନ୍ଧମାଳ ଜିଲାରେ ଭୁ ଜଳ ପରିଚାଳନା ସମ୍ପର୍କିତ ବୈଠକ

ଫୁଲବାଣୀ -28/07 କେନ୍ଦ୍ରୀୟ ଭୁଜଳ ପରିଷଦ ଭୁବନେଶ୍ୱର ଅନୁକୁଲ୍ୟରେ ଫୁଲବାଣୀ ଠାରେ ଜିଲା ପରିଷଦ ସମ୍ମିଳନୀ ଗୃହ ଠାରେ ଗୁରୁବାର ଏକ ଦିନିକିଆ ଭୁ ଜଳ ପରିଚାଳନା ସମ୍ପର୍କିତ ଜନବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାl ଜିଲା ମୂଖ୍ୟ କୃଷି ଅଧିକାରୀ ବସନ୍ତ କୁମାର ପାଣିଗ୍ରାହୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା lଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦେଶକ ଜଳ ଛାୟା ବିଭାଗ ପ୍ରଶାନ୍ତ ତ୍ରିପାଠୀ, ଉପ ପ୍ରକଳ୍ପ ନିର୍ଦେଶକ, ଆତ୍ମା, ଅନିଲ ପ୍ରହରାଜ, ପ୍ରମୁଖ ଯୋଗଦେଇ ଭୁଜଳ ର ସୁପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ l ସେହିପରି ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ ଭୁଜଳ ପରିଷଦ ଭୁବେନଶ୍ୱର ବୈଜ୍ଞାନିକ ସୁଧାଂଶୁ ମହାନ୍ତି, ତରୁଣ ମିଶ୍ର, ପୂର୍ବ ବେରା, ମୁନ୍ନା ସୂତ୍ରଧର, ଯୋଗ ଦେଇ ଭୁଜଳ ର ସ୍ଥିତି, ଓପରିଚାଳନା ସମ୍ପର୍କରେ ସୁଚିନ୍ତିତ ମତ ବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସୁଧାଂଶୁ ମହାନ୍ତିଧନ୍ୟବାଦ ଅର୍ପଣ କରିଥିବା ବେଳେ ଅମିୟ ନାୟକ କୃଷି ଅଧିଦର୍ଶକ ସହଯୋଗ କରିଥିଲେ l
ଏଥିରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଚାଷୀ ମାନେ ଯୋଗ ଦେଇଥିଲେ l

Leave A Reply

Your email address will not be published.