xmas

ଅବସର ନେବାକୁ ୩ଦିନ ବାକି,ଜିଲ୍ଲାପାଳ ଭୁଲିଗଲେ ନିଜର ପ୍ରତିଶ୍ରୁତି,ଅବ୍ୟବସ୍ଥା ଘେରରେ ମନମୁଣ୍ଡା

କଣ୍ଟାମାଳ,୨୭।୭- ସରକାର ଗରିବ ଜନସାଧାରଣ ଙ୍କ ପ୍ରିୟ ଭାଜନ ହେବାପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ହେଲେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ କିମ୍ବା ଖାମଖିଆଲି ମନୋଭାବ ପାଇଁ ପ୍ରାୟ ହିତାଧିକାରୀମାନେ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି ।ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ସହରଟି ବିଭିନ୍ନ ପ୍ରକାର ଅବ୍ୟବସ୍ଥା ଘେରରେ ରହିଥିବା ମନମୁଣ୍ଡା ଅଞ୍ଚଳବାସୀ ପ୍ରଶାସନ ନିକଟରେ ବିଭିନ୍ନ ସମୟରେ ଅଭିଯୋଗ କରି ଆସୁଛନ୍ତି ।ସେହି ଅଭିଯୋଗ ଗୁଡିକ ଆଖି ଆଗରେ ରଖି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମନମୁଣ୍ଡା ଅବ୍ୟବସ୍ଥାକୁ ସୁଧାରିବାକୁ ଅନେକ ପ୍ରତିଶ୍ରୁତି ଦେଇଥିଲେ ।ଏହି ମନମୁଣ୍ଡା ସହର ଦେଇ ଖୋର୍ଦ୍ଧା – ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଯାଇଛି ।ସେଥିପାଇଁ ମନମୁଣ୍ଡା ଠାରେ ଅତ୍ୟାଧୁନିକ ବସ ଷ୍ଟାଣ୍ଡ ନିର୍ମାଣ କରିବା,ଅସୁରଗଡ ଠାରେ ପାର୍କ ନିର୍ମାଣ ,ଗାନ୍ଧୀ ଛକ ଠାରେ ଗୋଲେଇକରଣ କରି ଛକ ନିର୍ମାଣ ,ବର୍ଷା ଆରମ୍ଭ ହେବା ପୂର୍ବରୁ ବୌଦ୍ଧ ମୂର୍ତ୍ତି କାମ ସମ୍ପୂର୍ଣ୍ଣ ସହ ବୁଦ୍ଧ ପାର୍କ କାମ ଶେଷ କରିବାକୁ ସହରବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।ଏହି ଚାରୋଟି କାମ ସମ୍ପୂର୍ଣ୍ଣ କରିବେ ବୋଲି ମନମୁଣ୍ଡା ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ଉପରେ ଭରସା କରିବା ସହ ଆଶାବାଦୀ ଥିଲେ ।କିନ୍ତୁ ବର୍ତ୍ତମାନ ଆଉ ତିନି ଦିନ ପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କାର୍ଯ୍ୟରୁ ଅବସର ଗ୍ରହଣ କରିବେ ।ସେଥିପାଇଁ ମନମୁଣ୍ଡା ଅଞ୍ଚଳବାସୀ ଉକ୍ତ କାର୍ଯ୍ୟ ଗୁଡ଼ିକର ସଂପୂଣ୍ଣତା କୁ ନେଇ ଥିବା ଆଶା ମଉଳି ଯାଇଛି । ଏପରିକି ଅନେକ କାର୍ଯ୍ୟ ଗୁଡ଼ିକ କିଛି ମାତ୍ରାରେ କାମ ହୋଇ ଅଧାପନ୍ତରିଆ ଭାବରେ ପଡ଼ି ରହିଛି ।ବ୍ରିଜ ଛକରେ ଗୋଲେଇ କରଣ କାମ ଆରମ୍ଭ ହୋଇ ନ ଥିବାରୁ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି । ଏହି ଛକରେ ଗୋଲେଇ କରଣ ନ ହେବାରୁ ଅନେକ ସମୟରେ ବହୁତ୍ ଦୁର୍ଘଟଣା ଘଟୁଥିବା ସହ ଅନେକ ଧନ ଜୀବନ ହାନି ହେଉଥିବା ଦେଖିବାକୁ ମିଳିଛି ।ଅନ୍ୟପଟେ ବୁଦ୍ଧ ପାର୍କ ର କାମ ଅବସର ପୂର୍ବରୁ ସଂପୂର୍ଣ୍ଣ କରିବାକୁ ଯୋରସୋର୍ ପ୍ରୟାସ ଚାଲିଥିବା ବେଳେ ନିମ୍ନ ମାନର କାମକୁ ନେଇ ଅଭିଯୋଗ କରିଛନ୍ତି ସହରବାସୀ ।ସରକାରଙ୍କ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବିନା ସୂଚନା ଫଳକରେ ସ୍ଥାନୀୟ ଲୋକଙ୍କୁ ଅନ୍ଧକାର ରେ ରଖି ଚାଲିଥିବାରୁ ଏହାର ସ୍ଥାୟୀତ୍ବ କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।ବହୁତ୍ ଦିନରୁ ଆରମ୍ଭ ହୋଇଥିବା ଅସୁରଗଡ ର କାମ ମଧ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିଥିବା ଦେଖିବାକୁ ମିଳିଛି । ଅତ୍ୟାଧୁନିକ ବସ ଷ୍ଟାଣ୍ଡ ର ସ୍ବପ୍ନ ଦେଖାଉଥିବା ଜିଲ୍ଲା ପ୍ରଶାସନରଅସଲକଥା ଧରା ପଡ଼ିଛି । ଯାହାକି ସରକାରଙ୍କ ଦ୍ଵାରା ପ୍ରଦତ୍ତ ବସଷ୍ଟାଣ୍ଡ ତାଲିକାରେ ମନମୁଣ୍ଡାର ନାମ ନ ଥିବାରୁ ଅଞ୍ଚଳବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏପରିକି ମନମୁଣ୍ଡା ରେ ସାଧାରଣ ବସଷ୍ଟାଣ୍ଡ, ଯାତ୍ରୀ ବିଷ୍ରମାଗାର କି ଶୌଚାଳୟ ର ମଧ୍ୟ ସୁବିଧା ନ ଥିବାରୁ ସାଧାରଣ ଯାତ୍ରୀ କି ମହିଳାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏପରିକି ମନମୁଣ୍ଡା ଠାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଉନ୍ନତି କାରଣ ପାଇଁ ୧୦କୋଟି ଟଙ୍କା ଆସିଥିଲେ ମଧ୍ୟ ତାହା ବର୍ତମାନ ପର୍ଯ୍ୟନ୍ତ କୌଣସି ବିକାଶ ମୂଳକ କାର୍ଯ୍ୟ ହୋଇନାହିଁ ।ସେଥିପାଇଁ ବିକାଶର ସ୍ବପ୍ନ ଦେଖାଇ ଜିଲ୍ଲାପାଳ ମନମୁଣ୍ଡା ବାସୀଙ୍କୁ ଦିବା ସ୍ୱପ୍ନ ଦେଖାଉଥିବା ପରିଲକ୍ଷିତ ହେଉଛି ।ଏସବୁ କାରଣରୁ ଏମାନେ କଣ କହୁଛନ୍ତି ଶୁଣନ୍ତୁ:-

ଜିଲ୍ଲା ପ୍ରଶାସନ ଅତ୍ୟାବଶ୍ୟକ କାମ ଯଥା ମନମୁଣ୍ଡା ମେଡ଼ିକାଲର ଭିତ୍ତିଭୂମି ଉନ୍ନତିକରଣ ,ଦ୍ରେନେଜ୍ ବ୍ୟବସ୍ଥା,ବାଇପାସ୍ ବାଇପାସ୍ ର ଆଲୋକିକରଣ କୁ ଗୁରୁତ୍ବ ଦେବା ପରିବର୍ତ୍ତେ ଅନ୍ୟ କାର୍ଯ୍ୟ ଗୁଡ଼ିକୁ ଅଧାପନ୍ତରିଆ କରି ରଖିବା ପରିତାପର ବିଷୟ|

ଓମ ପ୍ରକାଶ ମିଶ୍ର, ବିଜେପି ନେତା
ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ

ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ଉପରେ ଅନେକ ଭରସା ରଖିଥିଲେ ସହରବାସୀ | କିନ୍ତୁ ଆଖି ଦୃଷ୍ଟିଆ କୌଣସି ଉନ୍ନତିକରଣ କରି ନ ଥିବା ବେଳେ ଆରମ୍ଭ ହୋଇଥିବା କାମ ମଧ୍ୟ ସଂପୂର୍ଣ୍ଣ ନ କରି ଲୋକଙ୍କ ଆଶାକୁ ଆଶା ରେ ହିଁ ରଖି ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲିଗଲେ ।

ଆବୁ ବକର୍ ଖାଁ , ସାମ୍ବାଦିକ ମନମୁଣ୍ଡା

ଜିଲ୍ଲାପାଳଙ୍କ ଉପରେ ଅନେକ ବିଶ୍ୱାସ ରଖି ଅଞ୍ଚଳବାସୀ ବିକାଶର ସ୍ବପ୍ନ ଦେଖିଥିଲେ | ହେଲେ ବିକାଶ କେବଳ କଥାରେ ସୀମିତ ହୋଇ ରହିଗଲା | ଗୋଲେଇକରଣ ହେବା ନେଇ ଥିବା ସହରବାସୀଙ୍କ ଆଶା ମଳିନ ହୋଇ ଯାଇଛି | କେବଳ ବିକାଶ ପ୍ରତିଶ୍ରୁତି ରେ ହିଁ ରହିଗଲା |
ନିରଞ୍ଜନ କର୍ଣ୍ଣ , ସ୍ଥାନୀୟ ବାସିନ୍ଦା

Leave A Reply

Your email address will not be published.