xmas

ନାବାଳିକା ଦୁଷ୍କର୍ମ ମାମଲା: ଏଏସଆଇଙ୍କୁ ୨୦ ବର୍ଷ ଜେଲ ଦଣ୍ଡ

ନାବାଳିକା ଦୁଷ୍କର୍ମ ଘଟଣାରେ ପୂର୍ବତନ ଏଏସ୍‌ଆଇଙ୍କୁ ୨୦ ବର୍ଷ କାରାଦଣ୍ଡ । ୨୦ ହଜାର ଟଙ୍କା ଜୋରିମାନା ସହ ପୀଡ଼ିତାଙ୍କୁ ୭ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନୟାଗଡ ଫାଷ୍ଟ ଟ୍ରାକ୍‌ କୋର୍ଟ । ଦଣ୍ଡ ପାଇଥିବା ପୂର୍ବତନ ପୋଲିସ ଅଧିକାରୀ ହେଲେ ବାଣିଗୋଚ୍ଛା ଥାନାର ଏଏସ୍‌ଆଇ ବ୍ରଜ କିଶୋର ମଲ୍ଲିକ । ବ୍ରଜ କିଶୋର ଛୁଟିରେ ଆସିଥିବାବେଳେ ଗାଁର ଜଣେ ସମ୍ପର୍କୀୟ ଝିଆରୀ ସହ ଦୁଷ୍କର୍ମ କରିଥିଲେ । ପରେ ନାବାଳିକା ଜଣକ ଗର୍ଭବତୀ ହେବା ପରେ ପରିବାର ଲୋକ ରାଜ୍ୟ ମହିଳା ଆୟୋଗରେ ଅଭିଯୋଗ କରିଥିଲେ । ପରେ ଏସ୍‌ପିଙ୍କୁ ଲିଖିତ ଅଭିଯୋଗ ହୋଇଥିଲା । ଏସ୍‌ପିଙ୍କ ନିର୍ଦ୍ଦେଶରେ ଫତେଗଡ଼ ଥାନାରେ ୨୦୧୮ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ହୋଇଥିଲା।

ପୀଡ଼ିତାଙ୍କ ପରିବାର ଏନେଇ ଫତେଗଡ଼ ଥାନାରେ ଲେଖିତ ଅଭିଯୋଗ କରିଥିଲେ। ମାତ୍ର ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ପରେ ପୀଡ଼ିତା ଏନେଇ ରାଜ୍ୟ ମହିଳା ଆୟୋଗଙ୍କ ପାଖରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ମହିଳା ଆୟୋଗ ନୟାଗଡ଼ ଶିଶୁ ସୁରକ୍ଷା କମିଟି ମାଧ୍ୟମରେ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଏସ୍‌ପି ଘଟଣାର ତଦନ୍ତ କରିବାକୁ ଫତେଗଡ଼ ଥାନା ଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏସ୍‌ପିଙ୍କ ନିର୍ଦ୍ଦେଶରେ ଫତେଗଥ ଥାନା ଅଧିକାରୀ ଘଟଣାର ତଦନ୍ତ କରି ଅଭିଯୁକ୍ତ ଏଏସ୍‌ଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏଏସ୍‌ଆଇ ଶ୍ରୀ ମଲ୍ଲିକଙ୍କୁ ଚାକିରିରୁ ନିଲମ୍ୱିତ କରିବା ସହିତ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Leave A Reply

Your email address will not be published.