xmas

କୋରୁକୋଣ୍ଡାରେ ହତ୍ୟାକାଣ୍ଡ ଘଟଣାହତ୍ୟାକାରୀକୁ ଗିରଫ କଲା ପୁଲିସ

ମାଲକାନଗିରି,୨୮/୭ ମାଲକାନଗିରି ସଦର ଥାନା ଅନ୍ତର୍ଗତ କୋରୁକୋଣ୍ଡା ସଦର ମହକୁମାରେ ଗତକାଲି ଏକ ବିଭିତ୍ସ ହତ୍ୟାକାଣ୍ଡ ଘଟିଥିଲା।ଏହି ଘଟଣାରେ ମାଲକାନଗିରି ପୁଲିସ ହତ୍ୟାକାରୀକୁ ଗିରଫ କରିଛି।ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ଜୟଦ।ଶ ହିଆଲ ସେ କୋରକୋଣ୍ଡାର ହରିଜନ ସାହିର ବାସିନ୍ଦା।ପୁଲିସ କେଶ ନମ୍ବର ୪୨୮/୨୨ରେ ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।ପୁଲିସ ସୂଚନା ଅନୁଯାୟୀ କୋରୁକୋଣ୍ଡା ଗ୍ରାମର ଭୀମ ଦାସ (୫୫) ଗତକାଲି ମଧ୍ୟାନ୍ନରେ ଘରୁ ମଙ୍ଗଳା ମନ୍ଦିର ନିକଟରେ ଥିବା ନିଜ ଜମିକୁ ବାଉଁଶ ଆଣିବା ପାଇଁ ଯାଇଥିଲେ । ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଜମିକୁ ଯାଇ ଖୋଜାଖୋଜି କରିଥିଲେ । ତେବେ ବାଉଁଶ ବୁଦା ମୂଳରେ ରକ୍ତ ପଡିଥିବା ଦେଖି ପରିବାର ଲୋକେ ଚିନ୍ତିତ ହୋଇ ଆଖପାଖ ସ୍ଥାନରେ ଖୋଜାଖୋଜି କରିଥିଲେ । ତେବେ ବାଉଁଶ ବୁଦା ମୂଳରୁ ରକ୍ତ ଛିଟା ପଡି ଘୋଷାରି ହୋଇ ଯାଇଥିବା ଚିହ୍ନ ଦେଖି ସେହି ଚିହ୍ନ ଅନୁଯାୟୀ ପରିବାର ଲୋକେ ନିକଟରେ ଥିବା ନଇ ସହ ସଂଯୋଗ ହୋଇଥିବା ନାଳ ନିକଟରେ ଭୀମଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଦେଖିବାକୁ ପାଇଥିଲେ । ତେବେ ଭୀମଙ୍କ ମୁଣ୍ଡ ପଛ ପଟେ ଗଭୀର ଆଘାତ ଥିବା ଦେଖିବାକୁ ମିଳିଥିବା ବେଳେ ଭୀମ ବାଉଁଶ କାଟିବା ନିମନ୍ତେ ନେଇଥିବା ଟାଙ୍ଗିଆଟି ନିଖୋଜ ଥିବା ଦେଖିବାକୁ ପାଇଥିଲେ । ହତ୍ୟା ସନ୍ଦେହ କରି ତୁରନ୍ତ ଘର ଲୋକେ ମାଲକାନଗିରି ଥାନାକୁ ଯୋଗଯୋଗ କରିବା ପରେ ସୂଚନା ପାଇ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ

Leave A Reply

Your email address will not be published.