xmas

ବୌଦ୍ଧ ଜିଲ୍ଲା ପାଣ ଗଣ୍ଡା ବିକାଶ ପରିଷଦ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ପଞ୍ଚାୟତ ଅନ୍ତର୍ଗତ ଗାନ୍ଧି ଗ୍ରାମରେ ବୌଦ୍ଧ ଜିଲ୍ଲା ପାଣ ଗଣ୍ଡା ବିକାଶ ପରିଷଦ ପକ୍ଷରୁ ଆଜି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମଟି ରାଧାନଗର୍ ପଞ୍ଚାୟତ ସରପଞ୍ଚ ଗଣେଶ ବେହେରା ଓ ମଥୁରା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିପ କହଁର ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସମୁଦାୟ ୫୦ ଗୋଟି ଆମ୍ବ ଗଛ ଚାରା ରୋପଣ କରାଯାଇଛି। ପାଣ ଗଣ୍ଡା ବିକାଶ ପରିଷଦ ସଂଗଠନ ର ସମ୍ପାଦକ ସୁଧାଂଶୁ ଡ଼ାଙ୍ଗ,ଉପ ସଭାପତି ରୋହିତ କହଁର ,ସଂଗଠନର କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୋଦ ସାହାଣୀ,ସଂଗଠନର ମାର୍ଗ ଦର୍ଶକ ଶମ୍ଭୁନାଥ ମହାନନ୍ଦିଆ ଏବଂ ବିଚିତ୍ର କହଁର ଉପସ୍ଥିତ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ୍ୟ ସଭାପତି ବନେଇ କହଁର ,ରଧାନଗର ପଞ୍ଚାୟତ ସଭାପତି ଚିତ୍ରସେନ ବେହେରା ,ବ୍ଲକ କୋଡ଼ିନେଟର ଉଗ୍ରସେନ ହାତୀ,ସମ୍ପୋଚ ପଞ୍ଚାୟତ ବ୍ଲକ କୋଡ଼ିନେଟର ଭୀମସେନ କହଁର,ସରସରା ପଞ୍ଚାୟତ ସମ୍ପାଦକ ପଙ୍କଜ କହଁର,ଏବଂ ସମାଜସେବୀ ଡାକ୍ତର ବେହେରା,ଅଶୋକ ମହାନନ୍ଦିଆ,ହିମାଂଶୁ ବେହେରା,ଗଣେଶ ବେହେରା ,ପ୍ରଶାନ୍ତ କହଁର,ନିହାର ରଞ୍ଜନ ମହାନନ୍ଦିଆ,ସୁରେଶ ବେହେରା,ବ୍ରହ୍ମ ପୋଢ଼,ବିଜୟ କହଁର,ଉମେଶ କହଁର,ସତ୍ୟାନନ୍ଦ ବେହେରା,ବିରଞ୍ଚି କହଁର,ରଞ୍ଜନ ହାତୀ,ପୁରୋଷତମ୍ ବାଘ ଏବଂ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ।ସମାଜର ଏଭଳି କାର୍ଯ୍ୟ ଦେଖି ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ସୁଅ ଛୁଟିଛି।ଆଗାମୀଦିନରେ ଆହୁରି ଅଧିକରୁ ଅଧିକ ବୃକ୍ଷରୋପଣ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସୁଧାଂଶୁ ଡ଼ାଙ୍ଗ ସୂଚନା ଦେଇଛନ୍ତି।

Leave A Reply

Your email address will not be published.